ଗଣମାଧ୍ୟମ ର କାର୍ଯ୍ୟକ୍ରମ ଏସଓପି ଜାରିକଲା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର

167

କଟକ (ଉତ୍କଳ ନିଉଜ଼) ଗଣମାଧ୍ୟମ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କାର୍ଯ୍ୟକଳାପ ଭାବେ ବିବେଚନା କରାଯାଇଥାଏ | ଏହା ଦେଶର ସାମଗ୍ରିକ ଘରୋଇ ଉତ୍ପାଦନ ବୃଦ୍ଧିରେ ମଧ୍ୟ ଏକ ପ୍ରଧାନ ଭୂମିକା ଗ୍ରହଣ କରିଥାଏ | କୋଭିଡ-୧୯ ମହାମାରୀ କାଳରେ ଗଣମାଧ୍ୟମ ପାଇଁ ପ୍ରସ୍ତୁତି କରୁଥିବା କାର୍ଯ୍ୟକ୍ରମ ର ଅଂଶୀଦାରମାନେ ଏଦିଗରେ ବିହିତ ପଦକ୍ଷେପ ନେବା ଆବଶ୍ୟକ | ସେଥିପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏକ ଏସଓପି ଜାରି କରାଯାଇଛି | ରବିବାର ନୂଆଦିଲ୍ଲୀଠାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଏହି ଏସଓପି ଜାରି କରିଛନ୍ତି | ଏହାର ମୁଖ୍ୟ ନିୟମବଳି ଗୁଡିକ ହେଲା କୋଭିଡ ଲକ୍ଷଣ ଥିବା କର୍ମଚାରୀଙ୍କୁ ଅଧିକ ସାବଧାନତା ରକ୍ଷା କରିବାକୁ ପଡିବ | ମାକ୍ସ କିମ୍ବା ମୁହଁ ଘୋଡାଇବା ସହ ବାରମ୍ବାର ହାତ ଧୋଇ ବା, କାର୍ଯ୍ୟସ୍ଥଳୀରେ ହେଣ୍ଡ ସାନିଟାଇଜର ରଖିବା ଓ କାର୍ଯ୍ୟକ୍ରମ ପ୍ରସ୍ତୁତି କାଳରେ ଶ୍ୱାସକ୍ରିୟା ଜନିତ ସମସ୍ୟା ଉପରେ ଅଧିକ ଧ୍ୟାନ ଦେବା ଅନ୍ତର୍ଭୁକ୍ତ ଅଟେ | ଗଣମାଧ୍ୟମ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତି କରିବା ବେଳେ ଏହି ନିୟମବଳି ଓ ଏସଓପି କୁ ସମସ୍ତ ରାଜ୍ୟ ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଅବଲମ୍ବନ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି |