ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରକୃତି ପ୍ରେମର ଦୃଶ୍ୟ

130

କଟକ (ଉତ୍କଳ ନିଉଜ଼) ପ୍ରଧାନ ମନ୍ତ୍ରୀ ମୋଦିଙ୍କ ପ୍ରକୃତି ପ୍ରେମ ପୁଣି ଥରେ ଦେଖିବାକୁ ମିଳିଛି | ଦିଲ୍ଲୀରେ ନିଜର ସରକାରୀ ବାସଭବନ ଲୋକ କଲ୍ୟାଣ ମାର୍ଗରେ ମୋଦୀ ଦେଶର ଜାତୀୟ ପକ୍ଷୀ ମୟୂର କୁ ଖାଦ୍ୟ ଖୁଆଉଥିବା ଦେଖିବାକୁ ମିଳିଛି | ଲକ ଡାଉନ ସମୟରେ ପ୍ରଧାନ ମନ୍ତ୍ରୀ ମୋଦୀ କିପରି ପ୍ରକୃତି ସହ ଅଧିକ ନିକଟତର ହୋଇଥିଲେ ତାହା ଏଠି ଜଣାପଡୁଛି| ପ୍ରଧାନ ମନ୍ତ୍ରୀ ଏନେଇ ରବିବାର ଇନଷ୍ଟାଗ୍ରାମ ରେ ଏକ ଭିଡ଼ିଓ ସେୟାର କରିଛନ୍ତି | ଭିଡ଼ିଓ ରେ ସେ କିଛି ମୟୁର ମାନଙ୍କ ସହ କଟାଇଥିବା କିଛି ମୁହୂର୍ତ୍ତ କୁ ଦେଖାଇଛନ୍ତି | ମନ କି ବାତ କାର୍ଯ୍ୟକ୍ରମ ରେ ଦେଶବାସୀଙ୍କୁ ଉଦବୋଧନ ବେଳେ ମୋଦୀ ନିଜର ଏକ ଭିଡ଼ିଓ ସେୟାର କରିବେ ବୋଲି କହିଥିଲେ | ଲକ ଡାଉନ କିପରି ତାଙ୍କ ସମୟ କଟିଥିଲା ତାହା ସେ ଦେଶବାସୀଙ୍କୁ ଜଣାଇବେ ବୋଲି କହିଥିଲେ |