ବାଣପୁର ବ୍ଲକ ପ୍ରତାପ ଗ୍ରାମରେ ଗ୍ରୁପ ପଇସା କୁ ନେଇ ବଚସା ଏବଂ ମାରପିଟ l ଜେଲ ଗଲେ ତିନି ଆକ୍ରମଣକାରି l

275

ଗ୍ରୁପ ପଇସା କୁ ନେଇ ବଚସା ତାପରେ ମାରପିଟ ଏବଂ ତା ପରେ ଜେଲ ଗଲେ ଆକ୍ରମଣକାରୀମାନେ l ଏହିପରି ଏକ ଅଜବ ଘଟଣା ଘଟିଯାଇଛି ଆଜି ବାଣପୁର ବ୍ଲକ ପ୍ରତାପ ଗ୍ରାମରେ l ପ୍ରତାପ ଗ୍ରାମର କୃଷ୍ଣ ନାୟକ ଙ୍କୁ ଆଜି ସକାଳେ ମରଣାନ୍ତକ ଆକ୍ରମଣ ହୋଇଥିଲା ଏବଂ ଏ ବାବଦକୁ ନେଇ କୃଷ୍ଣ ବାଣପୁର ଥାନାରେ ଏତଲା ଦେଇଥିଲେ l ଦେଇଥିବା ଏତଲା ଅନୁଯାୟୀ ଆଜି ଦିବା ୧୦ ଘଟିକାରେ ପ୍ରତାପ ଗ୍ରାମର କୃଷ୍ଣ ନାୟକ(୬୦) ଘରେ ଖାଇବସିଥିବାବେଳେ ଗ୍ରୁପ ପଇସାକୁ ନେଇ ତାଙ୍କ ଗାଁ ର କିଛି ଲୋକମାନଙ୍କ ଏବଂ ତାଙ୍କର ଦୁଇ ପୁତ୍ରଙ୍କ ମଧ୍ୟରେ ବଚସା ହୋଇଥିଲା l ପରବର୍ତ୍ତୀ ସମୟରେ ସେହି ଲୋକମାନେ ତାଙ୍କ ଦୁଇ ପୁତ୍ରଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ l ଏହା ଦେଖି କୃଷ୍ଣ ଘଟଣାସ୍ଥଳରେ ପହଂଚି ଏହାର ବିରୋଧ କରିବାରୁ ଗାଁ ର ଜଣେ ବ୍ୟକ୍ତି କାଠ ଫାଳିଆରେ ତାଙ୍କ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରିଥିଲେ ଏବଂ କୃଷ୍ଣ ତଳେ ପଡିଯାଇଥିଲେ l ପରବର୍ତୀ ସମୟରେ ଗ୍ରାମର ଆଉ ତିନି ଜଣ ବ୍ୟକ୍ତି ସଙ୍ଘବଦ୍ଧ ଭାବେ କୃଷ୍ଣ ଙ୍କ ଅଣ୍ଟା ଏବଂ ପିଠି ଉପରେ ଆକ୍ରମଣ କରିଥିଲେ l ଏହି ଆକ୍ରମଣର ପ୍ରତ୍ୟକ୍ଷଦର୍ଶୀ ଭାବେ କୃଷ୍ଣ ତିନି ଜଣ ବ୍ୟକ୍ତିଙ୍କ ନାମ ମଧ୍ୟ ଏତଲାରେ ଉଲ୍ଲେଖ କରିଛନ୍ତି l ଉକ୍ତ ଏତଲା କୁ ଆଧାରକରି ଏବଂ ଘଟଣାକୁ ଅନୁସନ୍ଧାନ କରି ବାଣପୁର ପୋଲିସ ଆଜି ପ୍ରତାପ ଗ୍ରାମର ତିନି ଜଣ ବ୍ୟକ୍ତିଙ୍କୁ କେସ ନମ୍ବର ୨୬୩/୨୦ ଏବଂ ଦଫା ୨୯୪, ୩୦୭, ୩୨୩, ୩୨୫, ୩୪୧, ୫୦୬,୩୪ ଆଧାରରେ ମାମଲା ରୁଜୁ କରି ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଖୋର୍ଦ୍ଧା ରୁ ସୁଧୀର କୁମାର ବେହେରା ଙ୍କ ରିପୋର୍ଟ୍ ଉତ୍କଳ ନିୟୁଜ୍।।