ପାକିସ୍ତାନର କରାଚୀ ସହରରେ ରହୁଛି ଦାଉଦ ଇବ୍ରାହିମ

149

କଟକ (ଉତ୍କଳ ନିଉଜ଼) ପାକିସ୍ତାନ ଏଫଏଟିଏଫ( ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ ) କଳା ତାଲିକାରୁ ବାହାରିବା ପାଇଁ ବ୍ୟକୁଳ ହୋଇ ଉଠିଛି | ତେଣୁ ଆତଙ୍କବାଦୀ ଙ୍କୁ ଆଶ୍ରୟ ଏବଂ ସଂରକ୍ଷଣ ଦେଇ ଆସୁଥିବା ପାକିସ୍ଥାନ ଏବେ ଆତଙ୍କବାଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଛି | ଏଥିପାଇଁ ପାକିସ୍ଥାନ ୮୮ ଆତଙ୍କବାଦୀ ସଂଗଠନ ବିରୋଧରେ କଡା ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି | ଏହି ତାଲିକାରେ ଭାରତ ର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମର ନାମ ମଧ୍ୟ ସାମିଲ ଅଛି | ସବୁଠୁ ଖାସ କଥା ହେଲା ପାକିସ୍ତାନ ସରକାର ପକ୍ଷରୁ ଜାରି ଏହି ସୂଚୀରେ ଦାଉଦର ଠିକଣା କରାଚୀ ବୋଲି ଜଣାପଡିଛି | କାରଣ ପୂର୍ବ ରୁ ଭାରତ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ଯେ ଦାଉଦ ଇବ୍ରାହିମ ପାକିସ୍ତାନ ରେ ଅଛି ବୋଲି ହେଲେ ସେଠାର ସରକାର ଏହାକୁ ଅସ୍ୱୀକାର କରୁଥିଲା | ହେଲେ ଏବେ ତାହା ସତ୍ୟ ବୋଲି ଜଣାପଡିଛି |