ବିଏସଏଫ ଯବାନଙ୍କ ଗୁଳିରେ ୫ ଅନୁପ୍ରବେଶକାରୀ ମୃତ

156

କଟକ (ଉତ୍କଳ ନିଉଜ଼) ଭାରତୀୟ ସେନାଦ୍ୱାରା ଜାମ୍ମୁ କାଶ୍ମୀର କ୍ଷେତ୍ରରେ ସୁରକ୍ଷା ବଢ଼ାଇ ଦେବା ଦ୍ୱାରା ପାକିସ୍ଥାନର ଆତଙ୍କବାଦୀ ମାନେ ଏବେ ପଞ୍ଜାଵ ରାସ୍ତା ଦେଇ ଭାରତ ଭିତରକୁ ପ୍ରବେଶ କରିବାକୁ ଆରମ୍ଭ କରିଦେଇଛନ୍ତି | ବିଏସଏଫ ଯବାନ ମାନେ ଶୁକ୍ରବାର ରାତିରେ ଖେମକରଣ ସେକଟରରେ ପାକିସ୍ଥାନୀ ଅନୁପ୍ରବେଶକାରୀ ଙ୍କୁ ଗୁଳି କରିଛନ୍ତି | ପଠାନକୋଟ ସେକଟର ରେ ଆତଙ୍କୀ ହମଲା କରିବା ପରେ ଶନିବାର ସକାଳେ ପାକ ଅନୁପ୍ରବେଶକାରୀ ମାନେ ଖେମକରଣ ରାସ୍ତାଦେଇ ଭାରତୀୟ ସୀମାରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥିଲେ | ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆଜି ସକାଳେ ପାଖ ପାଖି ୪ଟା ସମୟରେ ପାକିସ୍ଥାନ ପଟୁ ୫ଟି ଆତଙ୍କବାଦୀ ମାନେ ଭାରତୀୟ ସୀମା ରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ | ଏହା ଦେଖି ବି ଏସ ଏଫ ଯବାନ ମାନେ ଫାୟାରିଂ କରିଥିଲେ ଏଥିରେ ୫ ଜଣ ଅନୁପ୍ରବେଶକାରୀ ପ୍ରାଣ ହରାଇଥିଲେ |