ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୮ଲକ୍ଷ ଟପିଲା |

153

କଟକ (ଉତ୍କଳ ନିଉଜ଼) ସମଗ୍ର ବିଶ୍ୱରେ ଏ ପର୍ଯ୍ୟନ୍ତ ୮ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଗଲାଣି କରୋନା ମହାମାରୀ ଜଗୁ | ଗତ ୨୪ ଘଣ୍ଟାରେ ୨ଲକ୍ଷ ୫୮ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୬ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି | ଫଳରେ ବିଶ୍ୱରେ ଏ ପର୍ଯ୍ୟନ୍ତ ୨କୋଟି ୩୨ଲକ୍ଷ ୪୭ହଜାର ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି | ସେହିଭଳି ମୃତ୍ୟୁ ସଂଖ୍ୟା ୮ ଲକ୍ଷ ୫ହଜାର ୫୮୮ ରେ ପହଞ୍ଚିଛି | ଅନ୍ୟ ପକ୍ଷରେ ୧କୋଟି ୫୮ ଲକ୍ଷ ୩ହଜାର ରୁ ଅଧିକ ସଂକ୍ରମିତ ବ୍ୟକ୍ତି ଚିକିତ୍ସା ପରେ ଆରୋଗ୍ୟଲାଭ କରିଛନ୍ତି | କରୋନା ମହାମାରୀ ର ସବୁଠାରୁ ଅଧିକ ପ୍ରଭାବ ଆମେରିକା ରେ ଦେଖିବାକୁ ମିଳିଛି | ସେଠାରେ ଗତ ୨୪ ଘଣ୍ଟା ରେ ୫୦ ହଜାରରୁ ଅଧିକ ନୂଆ ମାମଲା ସାମ୍ମନାକୁ ଆସିଥିଲା ବେଳେ ମୃତ୍ୟୁ ସଂଖ୍ୟା ୧,୧୭୦ ରହିଛି | ଦେଶରେ ଏପର୍ଯ୍ୟନ୍ତ ୫୮ଲକ୍ଷ ୧୨ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି | ସେଥିରୁ ୧ଲକ୍ଷ ୭୯ହଜାର ୫୪୧ ଜଣଙ୍କ ଜୀବନ ଗଲାଣି |