ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୩୦ଲକ୍ଷ ପାର

145

କଟକ (ଉତ୍କଳ ନିଉଜ଼) ଭାରତରେ କରୋନା ଭୁତାଣୁ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ସଂଖ୍ୟକ ୬୯,୮୭୪ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ ଦେଶରେ କରୋନା ସଂଖ୍ୟା ୨୯,୭୫,୭୦୧ କୁ ବୃଦ୍ଧି ପାଇଛି | ବେସରକାରୀ ଭାବେ କରୋନା ଅଙ୍କ୍ରାନ୍ତ ସଂଖ୍ୟା ଶନିବାର ସୁଦ୍ଧା ୩୦ ଲକ୍ଷ ୩ହଜାର ୫୫୧ ହୋଇଥିବା ଜଣାପଡିଛି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଶନିବାର ସକାଳ ୮ଟା ସୁଦ୍ଧା ଦେଇଥିବା ତଥ୍ୟ ମୁତାବିକ ଦେଶରେ ୨୪ ଘଣ୍ଟାରେ ୯୪୫ ରୋଗୀଙ୍କ ମୃତ୍ୟୁ ଘଟିଛି | ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫୫, ୭୯୪ କୁ ବିରଧୀ ପାଇଛି |