ପାକିସ୍ତାନ ସୀମାରେ ମୁତୟନ ହେଲା ତେଜସ

159

କଟକ (ଉତ୍କଳ ନିଉଜ଼) ଚୀନ ସୀମାରେ ବିବାଦ ଲାଗି ରହିଥିଲାବେଳେ ଭାରତୀୟ ବାୟୁସେନା ପାକିସ୍ତାନ ସଂଲଗ୍ନ ସୀମାରେ ତେଜସ ଯୁଦ୍ଧ ବିମାନ ମୁତୟନ କରିଛି | ପାକିସ୍ତାନ ପଟରୁ କୌଣସି ବିପଦ ସୃଷ୍ଟି ହେଲେ ତା ର ମୁକାବିଲା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି | ବାୟୁସେନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତାମିଲନାଡୁର ସୁଲୁର ସ୍ଥିତ ୪୫ ତମ ସ୍କ୍ୱାଡ୍ରନ କୁ ଏବେ ପା ସୀମା କୁ ପଠାଯାଇଛି | ଭାରତର ସ୍ୱଦେଶୀ ଜ୍ଞାନକୌଶଳ ରେ ନିର୍ମିତ ହାଲୁକା ଲଢୁଆ ଯୁଦ୍ଧ ବିମାନ ତେଜସ କୁ ନେଇ ଏହି ସ୍କ୍ୱାଡ୍ର ନ ଗଠିତ ହୋଇଛି |