ଚୌଦ୍ୱାର ରେ ପୁଣି ରାସ୍ତା ଦୁର୍ଘଟଣା ରେ ଯୁବକ ମୃତ

550

କଟକ (ଉତ୍କଳ ନିଉଜ଼) ଚୌଦ୍ୱାର ମଧ୍ୟ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜ ପଥ ଜନ ସାଧାରଣ ପାଇଁ ଅଭିଶପ୍ତ ପାଲଟିଯାଇଛି | ଆଜି ସଖାଳୁ ଚୌଦ୍ୱାର ନୁଁଟିକିରି ହନୁମାନ ମନ୍ଦିର ସମ୍ମୁଖରେ ଗାଡି ଧକା ରେ ଚାଲି ଗଲା ଆଉ ଏକ ଅମୁଲ୍ୟ ଜୀବନ | ଯୁବକ ଜଣକ ହେଲେ ମଙ୍ଗରାଜପୁର ଗ୍ରାମର ବାଙ୍କନିଧି ବେହେରା ଙ୍କ ପୁଅ ଶମ୍ଭୁନାଥ ବେହେରା(୨୫) | ସେ ମଙ୍ଗୁଳି ସ୍ଥିତ ଏକ ବେସରକାରୀ କମ୍ପାନୀ ରେ ନାଇଟ ୱାଚମ୍ୟାନ ଭାବେ ଆମ କରୁଥିଲେ | ଆଜି ଭୋରରୁ ସେ ତାଙ୍କ କାର୍ଯ୍ୟ ସାରି ନିଜ ବାଇକ ରେ ଘରକୁ ଫେରୁଥିବାବେଳେ ନୁଁଟିକିରି ପାଖରେ ଏକ ଅଜଣା ଗାଡି ପଛପଟୁ ଧକ୍କା ଦେବାରୁ ସେ ଗୁରୁତର ହୋଇପଡିଥିଲେ | ସ୍ଥାନୀୟ ଲୋକ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲ ପଠାଇଥିଲେ | ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି | ଘଟଣା ରୁ ପ୍ରକାଶ ଯେ, ୫୫ ନମ୍ବର ଜାତୀୟ ରାଜ ପଥ ଶୋଚନୀୟ ହୋଇପଡିଛି | ରାସ୍ତା ରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇ ପୋଖରୀ ସଦୃଶ୍ୟ ହୋଇଛି | ଯାହା ପାଇଁ ଏହି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି | ଦୀର୍ଘ ୨ ବର୍ଷ ଧରି କଚ୍ଛପ ଗତି ରେ ରାସ୍ତା କାମ ଚାଲିଛି ସରି ବାରର ନା ଧରୁନି ଠିକାଦାର ର ମନ ମୁଖି କାମ ପାଇଁ କିଛି ଦିନ ତଳେ ୨ ଜଣଙ୍କର ଦୁର୍ଘଟଣ ରେ ମୃତ୍ୟୁ ହୋଇଥିଲା | ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ମଧ୍ୟ ଲାଗିରହିଛି | ଏ ନେଇ ବିଭିନ୍ନ ଅନୁଷ୍ଠାନ ରାଜ ପଥ ପ୍ରକଳ୍ପ ଅଧିକାରୀ ଙ୍କୁ ରାସ୍ତା ମରାମତି ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି | ହେଲେ ଅଧିକାରୀ ଙ୍କ ନିଦ ଭାଙ୍ଗୁନି, ଅନ୍ୟପଟ ରେ ଠିକା ଦାର କରୋନା ର ବାହାନା ଦେଖାଇ କାମ ଛାଡି ଫେରାର | ଆଗାମୀ ଦିନରେ ଯଦି ରାଜ ପଥ ପ୍ରକଳ୍ପ ଅଧିକାରୀ ଙ୍କ ନିଦ ନ ଭାଙ୍ଗେ ତେବେ ଚୌଦ୍ୱାର ବାସୀ ରାଜ ରାସ୍ତା କୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି |