ଚୌଦ୍ୱାର ଜେଲ ରେ କଏଦୀ ମୃତ୍ୟୁ

357

କଟକ (ଉତ୍କଳ ନିଉଜ଼) ଚୌଦ୍ୱାର ସର୍କଲ ଜେଲ ରେ ଆଜି ଭୋରରୁ ଜଣେ ବିଚାରଧୀନ ଆସାମୀ ଆତ୍ମହତ୍ୟା କରିଥିବା ଜଣାପଡିଛି | ସୂଚନା ମୁତାବିକ ମୃତକ ବିଜେନ୍ଦ୍ର ବାନ(୨୧) ବାଲେଶ୍ୱର ଜିଲ୍ଲା କର୍ମଦା ଥାନା ଅନ୍ତର୍ଗତ କୁଲିହା ଗ୍ରାମର ସୁବଳ ଚନ୍ଦ୍ର ବାନଙ୍କ ପୁଅ ସେ ଗତ ୧୬ତାରିଖରେ NDPS କେଶ ରେ ବିଚାରଧୀନ ଆସାମୀ ଭାବେ ଚୌଦ୍ୱାର ମଣ୍ଡଳ କାରଗାରରେ ବିଜେନ୍ଦ୍ର ରହିଥିଲା | ବର୍ତ୍ତମାନ ର କରୋନା ନିୟମାନୁଯାୟୀ ତାକୁ ଆଇସୋଲେସନ ୱାର୍ଡ ରେ ରଖାଯାଇଥିଲା | ଆଜି ଭୋରରୁ ବିଜେନ୍ଦ୍ର ନିଜ ଗାମୁଛା ବେକରେ ବନ୍ଧା ହୋଇ ଫ୍ୟାନ ରେ ଝୁଲୁଥିବା ଦେଖିବାକୁ ମିଳିଥିଲା | ଖବର ପାଇ ଜେଲ ଅଧିକ୍ଷକ ଶୁଭକାନ୍ତ ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ବ୍ୟକ୍ତି କୁ କଟକ ମେଡିକାଲ ପଠାଇଥିଲେ | ତେବେ ଡାକ୍ତର ସେଠାରେ ବିଜେନ୍ଦ୍ର ର ମୃତ୍ୟୁ ହୋଇଥିବା କଥା ଜଣାଇଥିଲେ | ଏନେଇ ଜେଲ କର୍ତ୍ତୃପକ୍ଷ ଚୌଦ୍ୱାର ଥାନା କୁ ଅବଗତ କରାଇବା ସହ ଘଟଣା ର ତଦନ୍ତ ଚାଲିଛି ବୋଲି କହିଛନ୍ତି |