ଆରପାରିରେ ପଣ୍ଡିତ ଯଶରାଜ

131

କଟକ (ଉତ୍କଳ ନିଉଜ଼) ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଦ୍ମବିଭୁଷଣ ପଣ୍ଡିତ ଯଶରାଜ ଆଜି ହୃଦଘାତରେ ଆମେରିକା ର ନିୟୁ ଜର୍ସି ରେ ପରଲୋକ ଘଟିଛି | ମୃତ୍ୟୁ ବେଳେକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା | ପ୍ରାୟ ୮୦ ବର୍ଷ ଧରି ସେ ସଂଗୀତ ସହ ଜଡିତ ଥିଲେ | ଭାରତ ସମେତ କାନାଡ଼ା ଓ ଆମେରିକା ରେ ସେ ଅନେକ ଶାସ୍ତ୍ରୀୟ ସଙ୍ଗୀତ ସ୍କୁଲ ପ୍ରତିଷ୍ଠା କରିବା ସହ ସଙ୍ଗୀତ ଶିକ୍ଷା ପ୍ରଦାନ କରିଛନ୍ତି | ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି |