ଟାଙ୍ଗି ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଶଙ୍କରପୁର ପଂଚାୟତ ରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ |

244

କଟକ(ଉତ୍କଳ ନିଉଜ ) ଚୌଦ୍ୱାର ଶଙ୍କରପୁର ପଂଚାୟତ ର ପଂଚାୟତ ଅଫିସ ପରିଶରରେ କୋବିଦ -୧୯ ନିୟମ ଅନୁଯାୟି ୭୪ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଖାଉଟି ଯୋଗାଣ ଓ ସମବାୟ ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ପ୍ରତିନିଧି ସେକ ସାହାଜନ ,ପଂଚାୟତ ର ସରପଞ୍ଚ ସୁକାନ୍ତ କୁମାର ରାଉତ ,ସରୋଜ କୁମାର ଖଟୁଆ ,ପ୍ରଶାନ୍ତ କୁମାର ହାତୀ ,ରମେଶ ଚନ୍ଦ୍ର ହାତୀ ,ଙ୍କ ସହ ପଂଚାୟତ ର ୱାର୍ଡ ମେମ୍ବର ମାନେ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ |ମନ୍ତ୍ରୀ ଙ୍କ ପ୍ରତିନିଧି ସେକ ସାହାଜନ ଆଗାମୀ ଦିନରେ ପଂଚାୟତ ର ଜନସାଧାରଣ ଙ୍କର କିଛି ଅସୁବିଧା ନ ହେବ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆ ଯିବା ବୋଲି ମତ ପ୍ରକାଶ କରିଥିଲେ |ସରପଞ୍ଚ ବର୍ତମାନ ପରିସ୍ଥିତି ରେ ହୁ ହୁ ହୋଇ ବଢିଚାଲିଥିବା କରୋନା ମହାମାରୀ ରୁ ପଂଚାୟତ ର ଜନସାଧାରଣ ଙ୍କ ସୁରକ୍ଷା ପାଇଁ କୋଭିଡ -୧୯ ନିୟମ ମାନି ଚଳିବାକୁ ପରାମର୍ଶ ଦେଇ ଥିଲେ |