ଆପତ୍ତିଜନକ ଫେସବୁକ ପୋଷ୍ଟ କୁ ନେଇ ଦଙ୍ଗା

161

କଟକ (ଉତ୍କଳ ନିଉଜ଼) ମଙ୍ଗଳବାର ରାତିରେ ବେଙ୍ଗାଲୁରୁର ପୂଲକେଶୀ ନଗର ଅଂଚଳରେ ବ୍ୟାପକ ଦଙ୍ଗା ହୋଇଛି | ଏଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶତାଧିକ ସାଧାରଣ ଲୋକ ପୋଲିସ କର୍ମୀ ଓ ମିଡ଼ିଆ କର୍ମୀ ଆହତ ହୋଇଛନ୍ତି | ଏକ ନିର୍ଦ୍ଦିଷ୍ଟ ସମୁଦାୟର ପ୍ରାୟ ୫୦ରୁ ୬୦ହଜାର ଲୋକ ସଙ୍ଘବଦ୍ଧ ହୋଇ ଆକ୍ରମଣ କରିଥିଲେ | ସେମାନେ ପ୍ରଥମେ କଂଗ୍ରେସ ର ଦଳିତ ବିଧାୟକ ଶ୍ରୀନିବାସ ମୂର୍ତିଙ୍କ ବାସଭବନରେ ନିଆଁ ଲଗାଇଦେଇଥିଲେ | ସୂଚନା ଥାଉକି ଯେ ତାଙ୍କର ଜଣେ ସମ୍ପର୍କୀୟ ଫେସବୁକ ରେ ଏକ ଆପତ୍ତିଜନକ ପୋଷ୍ଟ କରିବାକୁ ନେଇ ଏହି ଦଙ୍ଗା ଆରମ୍ଭ ହୋଇଥିଲା | ତେଣୁ ଆକ୍ରମଣକରି ମାନେ ତାଙ୍କ ଘରକୁ ଟାର୍ଗେଟ କରିଥିଲେ |