କେନ୍ଦ୍ର ଆୟୁଷ ମନ୍ତ୍ରୀ କରୋନା ଆକ୍ରାନ୍ତ

142

କଟକ (ଉତ୍କଳ ନିଉଜ଼) କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ୱ|ଇ ନାଏକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏହାପରେ ସେ ହୋମ ଆଇଶୋଲେସନରେ ରହିଛନ୍ତି | ବୁଧବାର ଟୁଇଟ କରି ମନ୍ତ୍ରୀ ନାଏକ ଏ ବାବଦରେ ଜଣାଇଛନ୍ତି | ତାଙ୍କଠାରେ କୌଣସି କରୋନା ଲକ୍ଷଣ ନାହିଁ | ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ସେ କ୍ଵାରେଣ୍ଟାଇନ ରହିବ ସହ ନମୁନା ପରୀକ୍ଷା କରାଇନେବାକୁ ପରାମର୍ଶ ଦେଇଛନ୍ତି | କେନ୍ଦ୍ର ସରକାରଙ୍କ କରୋନା ଲଢେଇରେ ମନ୍ତ୍ରୀ ନାଏକ ବେଶ ସକ୍ରିୟ ରହିଛନ୍ତି |