ଜାମ୍ମୁ-କାଶ୍ମୀରରେ ପୁଣି ଥରେ ୪ଜି ସେବା ଆରମ୍ଭ ପାଇଁ କେନ୍ଦ୍ର ଦେଲା ଅନୁମତି

163

କଟକ (ଉତ୍କଳ ନିଉଜ଼) କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟ କୁ ଜଣାଇଛନ୍ତି ଯେ ସରକାର ଜାମ୍ମୁ-କାଶ୍ମୀରର ଦୁଇଟି ଜିଲ୍ଲା ରେ ପୁଣି ଥରେ ୪ଜି ସେବା ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି | ବିଚାରପତି ଏନ ଭି ରମନାଙ୍କ ଅଧକ୍ଷ ତା ରେ ଗଠିତ ଖଣ୍ଡପୀଠ ଙ୍କୁ ଆଟର୍ନି ଜେନେରାଲ କେ କେ ବେଣୁଗୋପାଳ ସୂଚନା ଦେଇଛନ୍ତି କି ଜାମ୍ମୁ-କାଶ୍ମୀର ରେ ଦୁଇଟି ଡିଭିଜନ ରହିଛି | ସରକାର ଏବେ ଯେଉଁ ଜିଲ୍ଲା ରେ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି, ସେଠାରେ ଏପରି ପଦକ୍ଷେପ ନିଆଯିବ | ସରକାର ଆଗାମୀ ଦୁଇ ମାସ ପାଇଁ ଦୁଇଟି ଜିଲ୍ଲାରେ ଏହି ସେବା ପ୍ରଦାନ କରିବେ କିନ୍ତୁ ପ୍ରତି ସପ୍ତାହରେ ଏହାର ସମୀକ୍ଷା କରାଯିବ