କରୋନା ଟୀକାକରଣ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୁ ଦରକାର ୧୦ହଜାର କୋଟି ଡ଼ଲାର

138

କଟକ (ଉତ୍କଳ ନିଉଜ଼) କରୋନା ଟିକାକୁ ବିଶ୍ୱରେ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୁ (ଡ଼ ବ୍ଲୁ ଏଚ ଓ ) ୧୦,୦୦୦ କୋଟି ଡ଼ଲାର ଆବଶ୍ୟକ ଥିବା ବେଳେ ଏହାର ୧୦% ବି ଯୋଗାଡ ହୋଇପାରିନାହିଁ ବୋଲି ଡବ୍ଲୁଏଚଓ ମହାନିର୍ଦ୍ଧେଶକ ଟେଦ୍ରୋସ ଗେବ୍ରିୟସସ କହିଛନ୍ତି | ସୂଚନା ଥାଉକି ଏ ବର୍ଷ ଏପ୍ରିଲ ରେ ଡବ୍ଲୁଏଚଓ ପକ୍ଷରୁ ଆକଶେଷ ଟୁ କୋଭିଡ-୧୯ ଟୁଲସ ଆକ୍ସିଲେଟର ପ୍ରୋଗ୍ରାମ ର ଆରମ୍ଭ କରାଯାଇଛି | ଏହି ପ୍ରୋଗ୍ରାମ ଜରିଆରେ କରୋନା ମହାମାରୀର ଦୂରୀକରଣ ଲାଗି ଟୀକା ବିକାଶ, ଉତ୍ପାଦନ ବୃଦ୍ଧି ଏବଂ ସମସ୍ତଙ୍କ କରୋନା ପରୀକ୍ଷା ବ୍ୟବସ୍ଥା କରାଯିବାର ଲକ୍ଷ ରଖାଯାଇଛି | ସମଗ୍ର ବିଶ୍ୱ କୁ କରୋନା ମୁକ୍ତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ | ତେବେ ଏହି ଅଭିଯାନକୁ ସଫଳ କରିବା ପାଇଁ ଡବ୍ଲୁଏଚଓ କୁ ୧୦,୦୦୦ କୋଟି ଡ଼ଲାର ଦରକାର ଯାହା ଏପର୍ଯ୍ୟନ୍ତ ସଂଗ୍ରହ ହୋଇନାହିଁ |