ଭାରତରେ ୨୪ଘଣ୍ଟାରେ ୫୩,୬୦୧ ରୋଗୀ ଚିହ୍ନଟ

163

କଟକ (ଉତ୍କଳ ନିଉଜ଼) କରୋନା ଭୁତାଣୁ ସଂକ୍ରମଣରୁ ଭାରତକୁ ସାମାନ୍ୟ ଅଶ୍ଵସ୍ତି ମିଳିଛି | ଗତ ୪ଦିନ ହେଲା ଦୈନିକ ୬୦,୦୦୦ରୁ ଅଧିକ ମାମଲା ସାମ୍ମନାକୁ ଆସୁଥିଲା | କିନ୍ତୁ ଗତ ୨୪ଘଣ୍ଟାରେ ୫୩,୬୦୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ମଙ୍ଗଳବାର ସକାଳ ୮ଟା ସୁଦ୍ଧା ଜାରି କରାଯାଇଥିବା ତଥ୍ୟ ମୁତାବିକ ଦେଶରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୨୨,୬୮,୬୭୫ କୁ ବୃଦ୍ଧି ପାଇଛି | ଏମାନଙ୍କ ମଧ୍ୟରୁ ୧୫,୮୩,୪୮୯ ରୋଗୀ ସୁସ୍ଥ ହୋଇଛନ୍ତି | ଫଳରେ ଆରୋଗ୍ୟ ହାର ୬୯.୮୦ ପ୍ରତିଶତ କୁ ବୃଦ୍ଧି ପାଇଛି |