ବିଶ୍ୱରେ ୨କୋଟି ଟପିଲା ଆକ୍ରାନ୍ତ

148

କଟକ (ଉତ୍କଳ ନିଉଜ଼) କରୋନା ମହାମାରୀ ସମଗ୍ର ବିଶ୍ୱରେ ହୁ ହୁ ହୋଇ ବଢିଚାଲିଛି | ବିଶ୍ୱରେ ଏ ପର୍ଯ୍ୟନ୍ତ ୨କୋଟି ରୁ ଅଧିକ ଲୋକ ଏହି ମହାମାରୀ କବଳରେ ପଡିଛନ୍ତି | ଗତ ୨୪ ଘଣ୍ଟା ରେ ପ୍ରାୟ ୨ଲକ୍ଷ ୨୦ହଜାର ନୂଆ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୪ହଜାର ୮୧୩ ଜଣଙ୍କ ମୃତ୍ୟୁ ଘଟିଛି | ଫଳରେ ବିଶ୍ୱରେ ଏବେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୨କୋଟି ୧ଲକ୍ଷ ୨୦ହଜାର ଅତିକ୍ରମ କରିଛି |