କାଶ୍ମୀରରେ ଆଇଏସଆଇ ର ଆକ୍ରମଣ ଯୋଜନା

154

କଟକ (ଉତ୍କଳ ନିଉଜ଼) ଜାମ୍ମୁ -କାଶ୍ମୀରରେ ସୁରକ୍ଷାବାହିନୀ ର ପେଟ୍ରୋଲିଂ ଟିମ କିମ୍ବା ଅନ୍ୟ ସୁରକ୍ଷା ପ୍ରତିଷ୍ଠାନ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବାର ଆଶଙ୍କା ରହିଛି | ଗୁଇନ୍ଦା ବିଭାଗ ପକ୍ଷରୁ ଆଜି ଏନେଇ ସତର୍କ ସୂଚନା ଜାରି କରିଛନ୍ତି | ପାକିସ୍ତାନ ସେନାର ସ୍ପେଶାଲ ସର୍ଭିସ ଗ୍ରୁପ ର କମାଣ୍ଡୋ ମାନେ ଏବେ ତାଲିବାନ ଓ ଆଫଗାନ ଆତଙ୍କବାଦୀଙ୍କୁ ତାଲିମ ପ୍ରଦାନ କରୁଛି | ଯଦି ଏମାନେ ଜାମ୍ମୁ-କାଶ୍ମୀରରେ ପ୍ରବେଶ କରନ୍ତି ତେବେ ଦେଶର ବିଭିନ୍ନ ସ୍ଥାନରେ ଆକ୍ରମଣ ଆଶଙ୍କା ଦେଖାଦେବ |