ପ୍ରଣବ ମୁଖାର୍ଜୀ କରୋନା ସଂକ୍ରମିତ

188

କଟକ (ଉତ୍କଳ ନିଉଜ଼) ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସୋମବାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସେ ମସ୍ତିଷ୍କଜନିତ ରୋଗର ଯାଞ୍ଚ ପାଇଁ ହସ୍ପିଟାଲ ଯାଇଥିଲେ | କିନ୍ତୁ ଏହି ସମୟରେ ତାଙ୍କର କରୋନା ଟେଷ୍ଟ କରାଯିବାରୁ ରିପୋର୍ଟ ପଜିଟିଭ ଆସିଥିଲା | ଟୁଇଟ କରି ଶ୍ରୀ ମୁଖାର୍ଜୀ ନିଜେ ଏହି ସୂଚନା ଦେଇଛନ୍ତି | ଗତ ୭ ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶ ରେ ଆସିଥିବା ସମସ୍ତ ବ୍ୟକ୍ତି ନିଜକୁ କ୍ଵାରେଣ୍ଟାଇନ କରିବା ସହ କରୋନା ଟେଷ୍ଟ କରାଇ ନେବାକୁ ସେ ଅପିଲ କରିଛନ୍ତି |