ଭାରତ ରେ ୨୪ ଘଣ୍ଟାରେ ୧,୦୦୭ ମୃତ

173

କଟକ (ଉତ୍କଳ ନିଉଜ଼) ଭାରତରେ କରୋନା ଭୁତାଣୁ ସଂକ୍ରମଣ ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି | ପ୍ରତେକ ଦିନ ଅଧିକରୁ ଅଧିକ ମୁଣ୍ଡ ନେବାରେ ଲାଗିଛି | ଗତ ୨୪ ଘଣ୍ଟାରେ ଏହି ଘାତକ ଭୁତାଣୁ ୧,୦୦୭ ମୁଣ୍ଡ ନେଇଛି | ଫଳରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪୪,୩୮୬ ରେ ପହଞ୍ଚିଛି |ସେହିଭଳି ଦିନକରେ ଦେଶରେ ୬୨,୦୬୪ ନୂଆ ମାମଲା ସାମ୍ନାକୁ ଆସିବା ପରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୨୨ଲକ୍ଷ ଡେଇଁ ୨୨,୧୫,୦୭୪କୁ ବୃଦ୍ଧି ପାଇଛି | କରୋନା ଭୁତାଣୁ ସଂକ୍ରମଣ ଦ୍ରୁତ ବେଗରେ ବଢ଼ୁଥିଲେ ବି ଆରୋଗ୍ୟ ହାର ବି ସେହି ମୁତାବକ ବଢ଼ିବାରେ ଲାଗିଛି | ଗତ ୨୪ ଘଣ୍ଟାରେ ୫୪,୮୫୯ ରୋଗୀ ସୁସ୍ଥ ହୋଇଛନ୍ତି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୋମବାର ସକାଳ ୮ଟା ସୁଦ୍ଧା ଦିଆଯାଇଥିବା ତଥ୍ୟରୁ ଏହି ଚିତ୍ର ମିଳିଛି |