କୋଭିଡ କେନ୍ଦ୍ରରେ ନିଆଁ ଲାଗି ୧୧ ମୃତ

169

କଟକ (ଉତ୍କଳ ନିଉଜ଼) ଆନ୍ଧ୍ରପ୍ରଦେଶ ର ବିଜୟୱାଡା ରେ ଏକ ଅସ୍ଥାୟୀ କୋଭିଡ-୧୯ କେନ୍ଦ୍ରରେ ଆଜି ଭୋର ୫ଟା ରେ ରୋଗୀ ଓ ହସ୍ପିଟାଲ କର୍ମଚାରୀ ମାନେ ଶୋଇଥିବା ବେଳେ ନିଆଁ ଲାଗିଯାଇଥିଲା | ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିବ ସହ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି | ଆହତଙ୍କୁ ନିକଟସ୍ଥ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ନିଆଁ ଲାଗିବାବେଳେ ଉକ୍ତ କେନ୍ଦ୍ରରେ ୩୦ କରୋନା ରୋଗୀ ଓ ୧୦ ହସ୍ପିଟାଲ କର୍ମଚାରୀ ଥିଲେ | ଅଗ୍ନିଶମ କର୍ମଚାରୀ ନିଆଁ କୁ ଆୟତ୍ତ କରିବା ସହ ଫସି ରହିଥିବା ଅନ୍ୟମାନଙ୍କୁ ଉଦ୍ଧାର କରିଛନ୍ତି | ଆନ୍ଧ୍ରପ୍ରଦେଶ ମୁଖ୍ୟ ମନ୍ତ୍ରୀ ୱାଇ.ଏସ. ଜଗନମୋହନ ରେଡ୍ଡୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତ ବ୍ୟକ୍ତି ଙ୍କ ପରିବାରକୁ ୫୦ ଲକ୍ଷ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି |