ଶପଥ ନେଲେ ଗିରୀଶ ମୁର୍ମୁ

161

କଟକ (ଉତ୍କଳ ନିଉଜ଼) ଜାମ୍ମୁ -କାଶ୍ମୀର ର ପୂର୍ବତନ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ଦେଶର ନୂଆ ସିଏଜି ଭାବେ ଶନିବାର ଶପଥ ଗ୍ରହଣ କରିଛନ୍ତି | ରାଷ୍ଟ୍ରପତି ଭବନରେ ଅଶୋକା ହଲଠାରେ ଅନୁଷ୍ଠିତ ଏକ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥ ପାଠ କରାଇଥିଲେ | ଏହି ଅବସରରେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ ର ଅନ୍ୟ ବରିଷ୍ଠ ମନ୍ତ୍ରୀମାନେ ଉପସ୍ଥିତ ଥିଲେ |