ଭାରତରେ ଲାଗିରହିବ ଆର୍ଥିକ ସଙ୍କଟ

245

କଟକ (ଉତ୍କଳ ନିଉଜ଼) ଭାରତ ଭଳି ବିକାଶଶୀଳ ରାଷ୍ଟ୍ର ରେ ଆର୍ଥିକ ଏବଂ ସ୍ୱାସ୍ଥ୍ୟ ସଙ୍କଟ ଲମ୍ବା ସମୟ ରହିବ | କରୋନା କରାଳ ମଧ୍ୟରେ ଅର୍ଥବ୍ୟବସ୍ଥାରେ କଳାବାଦଲ ଛାଇ ଯାଇଛି | କରୋନା ଭୂତାଣୁ ମାମଲା ଯେଉଁ ହାରରେ ବଢୁଛି ଆର୍ଥିକ ସୁଧାର ଏତେ ଶୀଘ୍ର ସମ୍ଭବ ନୁହେଁ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇ ଏମ ଏଫ) ଚେତାବନୀ ଦେଇଛି | ଛୋଟ ବଡ ସବୁ କମ୍ପାନୀ ଙ୍କ ଉପରେ କରୋନା ପ୍ରଭାବ ପଡିଛି | ଏଭଳି କ୍ଷେତ୍ରରେ ଆଗକୁ କର୍ପୋରେଟ ଋଣ ଖିଲାପୀ ମାମଲାରେ ବଡ ଧରଣର ବୃଦ୍ଧି ଘଟିପାରେ ବୋଲି ଏହା ପ୍ରକାଶ କରିଛି |