ବିହନ ପାର୍ସଲରେ ଭୂତାଣୁ ପଠାଉଛି ଚୀନ

193

କଟକ (ଉତ୍କଳ ନିଉଜ଼) ନିଜର ବିକୃତି ତଥା ଖଳ ମନୋବୃତ୍ତିରୁ ଚୀନ କେବେ ଓହିରିବ ତାହାକୁ ନେଇ ବଡ଼ ପ୍ରଶ୍ନ | କରୋନା ଭୂତାଣୁ ଜରିଆରେ ଏହା ସମଗ୍ର ବିଶ୍ୱକୁ ଚିନ୍ତା ରେ ପକାଇଛି | ଏତିକିରେ ମନ ଭରୁନି ଯେ ଆଉ ଏକ ମହାମାରୀ ବିସ୍ତାର କରିବାର ମାଧ୍ୟମ ଖୋଜି ସାରିଲାଣି ଚୀନ | ଏବେ ବିହନ ପାର୍ସଲ ଜରିଆରେ ଭୂତାଣୁ ପଠାଇବା ଆରମ୍ଭ କଲାଣି ଚୀନ | ଏଭଳି ସନ୍ଦିଗ୍ଧ ଚାଇନିଜ଼ ବିହନ ପାର୍ସଲ ନେଇ କେନ୍ଦ୍ର କୃଷି ମନ୍ତ୍ରାଳୟ ସମସ୍ତ ରାଜ୍ୟ ଏବଂ ଏଜେନ୍ସି ଗୁଡିକୁ ହାଇ ଆଲର୍ଟ ଜାରି କରିଛି | ଗତ କିଛି ମାସ ହେବ ଆମେରିକା ଓ ୟୁରୋପ ସମେତ ବିଶ୍ୱ ର ଅନେକ ପ୍ରାନ୍ତରେ ଏପରି ପାର୍ସଲଗୁଡିକ ପହଞ୍ଚିବା ମନ୍ତ୍ରାଳୟ ସୂଚନା ଦେଇଛି |