ଦେଶର ୧୩ ଜିଲ୍ଲାରେ ମୃତ୍ୟୁହାର ଅଧିକ

232

କଟକ (ଉତ୍କଳ ନିଉଜ଼) ଦେଶର ୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୩ଟି ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ହାର ଅଧିକ ରହିଛି | ଜାତୀୟ ହାର ଠାରୁ ଏସବୁ ଜିଲ୍ଲାରେ ମୃତ୍ୟୁ ହାର ଅଧିକ | କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଏହି ସୂଚନା ଦିଆଯିବା ସହ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ନିକଟକୁ ଚିଠି ଲେଖାଯାଇଛି | ସେଥିରେ କାମ ଟେଷ୍ଟିଙ୍ଗ, ଟେଷ୍ଟିଙ୍ଗ ରିପୋର୍ଟ ଆସିବାରେ ବିଳମ୍ବ ଏବଂ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇବାରେ ଅବହେଳା ଯୋଗୁ ଏଭଳି ଘଟୁଥିବା କୁହାଯାଇଛି |ତେଣୁ ଏଭଳି ସମସ୍ୟା ର ତୁରନ୍ତ ପ୍ରତିକାର ବ୍ୟବସ୍ଥା କରିବାକୁ ଚିଠି ରେ ଉଲ୍ଲେଖ କରାଯାଇଛି |