ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାଗ୍ରସ୍ତ

199

କଟକ (ଉତ୍କଳ ନିଉଜ଼) ଦୁବାଇ ରୁ କୋଝିକୋଡ଼ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ର ଏକ ବିମାନ ଆଜି ରାତିରେ ରନ ୱଏ ଅତିକ୍ରମ କରି ପ୍ରାୟ ୩୦ ଫୁଟ ଗଭୀର ତଳକୁ ଖସିପଡିବା ପରେ ଦୁଇଖଣ୍ଡ ହୋଇଯାଇଛି | ଏଥିରେ ୨ ଜଣ ପାଇଲଟଙ୍କ ସମେତ ୧୬ଜଣଙ୍କ ର ମୃତ୍ୟୁ ହୋଇଛି | ଏଥିସହ ୧୨୩ ଜଣ ଯାତ୍ରୀ ଆହତ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରେ ୧୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି | ସୂଚନା ଅନୁସାରେ ବନ୍ଦେ ଭାରତ ମିସିନରେ ସାମିଲ ଏୟାର ଇଣ୍ଡିଆର ଏକ ବୋଇଂ ୭୩୭ ବିମାନ ଆଇ ଏକ୍ସ -୧୩୪୪ ଦୁବାଇ ରୁ ଯାତ୍ରୀଙ୍କୁ ଧରି କୋଝିକୋଡ଼ ର କାରିପୁର ବିମାନବନ୍ଦ ରେ ଆଜି ରାତି ୭ଟା ୪୧ରେ ଲାଣ୍ଡିଙ୍ଗ କରିଥିଲା | ଏହି ବିମାନରେ ୧୦ ପିଲାଙ୍କ ସମେତ ୧୮୪ ଜଣ ଯାତ୍ରୀ, ୨ ଜଣ ପାଇଲଟ ଓ ୫ ଜଣ କ୍ୟାବିନ କୃ ଥିଲେ