ଚୀନରେ ବ୍ୟାପୁଛି କରୋନା ଠାରୁ ଭୟଙ୍କର ଆଉ ଏକ ଭାଇରସ

203

କଟକ (ଉତ୍କଳ ନିଉଜ଼) କରୋନା ଭାଇରସ ଯୋଗୁଁ ସାରା ବିଶ୍ୱ ଏବେ ଚିନ୍ତା ରେ | ଏଯାବତ ଏହି ଭାଇରସରେ ସାଢେ ୭ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଛି | ଏହି ଭିତରେ ଆଉ ଏକ ଭାଇରସ ର ଡର ଲୋକଙ୍କୁ ବ୍ୟସ୍ତ ଓ ବିବ୍ରତ କରୁଛି | ଏହି ଭାଇରସ ମଧ୍ୟ ଚୀନ ରୁ ଆସିଛି ଏବଂ ଏହା ମଣିଷଠୁ ମଣିଷ କୁ ବ୍ୟାପିଥାଏ | ବର୍ତ୍ତମାନ ଯାଏ ଏହି ଭୟଙ୍କର ଭାଇରସ ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇସାରିଥିବ ବେଳେ ୬୦ ଜଣ ଏଥିରେ ଆକ୍ରାନ୍ତ ହୋଇସାରିଥିବ ସୂଚନା ରହିଛି