ଘରେ ପଶି ସୁନା ଅଳଙ୍କାର ନେଇଗଲେ

173

କଟକ (ଉତ୍କଳ ନିଉଜ଼) ଜଣେ ମହିଳାଙ୍କ ଘରେ କିଛି ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଲୁଟି ନେଇଛନ୍ତି | ଘଟଣାଟି ଘଟିଛି ବିଡାନାସୀ ଥାନା ଅନ୍ତର୍ଗତ ତୁଳସୀପୁର ଅଞ୍ଚଳରେ | ଏନେଇ ସ୍ଥାନୀୟ ଥାନାରେ ଏତଲା ଦାଏର ହୋଇଛି | ମିଳିଥିବା ସୂଚନା ଅନୁଯାଇ ତୁଳସୀପୁର ଧୋବାସାହିରେ ସ୍ନେହସ୍ମିତା ମୁଖ୍ୟ କବାଟ ବନ୍ଦ କରି କୌଣସି କାମରେ ବାହାରକୁ ଯାଇଥିଲେ | କିଛି ସମୟ ପରେ ଆସି ଦେଖିଲା ବେଳକୁ ଘରେ କବାଟ ଖୋଲା ଅଛି | ଘର ଭିତରେ ଥିବା ଆଲମିରା ମଧ୍ୟ ଖୋଲା ରହିଛି | ତାଙ୍କର ମଙ୍ଗଳସୂତ୍ର ଓ ସ୍ୱାମୀଙ୍କ ସୁନା ଚେନକୁ କେହି ନେଇଯାଇଛି |