ବିଶ୍ବରେ ୬ ଲକ୍ଷ ୯୪ହଜାର ମୃତ୍ୟୁ

164

କଟକ (ଉତ୍କଳ ନିଉଜ଼) ସମଗ୍ର ବିଶ୍ୱରେ କରୋନା ମହାମାରୀ କ୍ରମାଗତ ଭାବେ ମାଡିଚାଲିଛି। ଗତ ୨୪ ଘଣ୍ଟାରେ ୨ ଲକ୍ଷ ୧୮ ହଜାର ୧୪୯ ନୂଆ ମାମଲା ଚିହ୍ନଟ ହୋଇଥିଲା ବେଳେ ୪ ହଜାର ୪୨୧ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ବିଶ୍ଵରେ ଏପର୍ଯ୍ୟନ୍ତ ୧ କୋଟି ୮୩ ଲକ୍ଷ ୧୩ ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ସେହିଭଳି ୬ ଲକ୍ଷ ୯୪ ହଜାରରୁ ଅଧୁକ ଜୀବନ ଗଲାଣି। ଅନ୍ୟପକ୍ଷରେ ୧ କୋଟି ୧୫ ଲକ୍ଷରୁ ଅଧୁକ ଲୋକ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି। ତା ସର୍ବାଧିକ ପ୍ରଭାବିତ ଆମେରିକାରେ ୪୮ ଲକ୍ଷ ୨୬ ହଜାର ୭୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ୧ଲକ୍ଷ ୫୮ହଜାର ୪୯୫ ଜଣ ଙ୍କ ମୃତ୍ୟୁ ଘଟିଛି |