ସବୁ ଭାରତୀୟଙ୍କୁ ସ୍ୱାସ୍ଥ୍ୟ ଆଇଡି |

162

କଟକ (ଉତ୍କଳ ନିଉଜ଼) ଖୁବ୍‌ଶୀଘ୍ର ଦେଶରେ ଏକ ପୂର୍ଣ୍ଣାଙ୍ଗ ଡିଜିଟାଲ ସ୍ଵାସ୍ଥ୍ୟ ଇକୋସିଷ୍ଟମ୍ ପ୍ରସ୍ତୁତ ହେବ। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୫ ତାରିଖରେ ଜାତୀୟ ଡିଜିଗଲ ସ୍ଵାସ୍ଥ୍ୟ ମିସନ୍ ଏଡିଏଏମ) ର ଘୋଷଣା କରିବେ। ଏହା ଅଧୀନରେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ବ୍ୟକ୍ତିଗତ ସ୍ଵାସ୍ଥ୍ୟ ଆଇଡି ରହିବ। ସେମାନଙ୍କ ସ୍ବାସ୍ଥ୍ୟଗତ ରେକର୍ଡର ଡିଜିଟାଇଜେସନ୍ ହେବ। ଡାକ୍ତର ଏବଂ ସ୍ଵାସ୍ଥ୍ୟକେନ୍ଦ୍ର ପାଇଁ ଏକ ରେଜିଷ୍ଟ୍ରି ପ୍ରସ୍ତୁତ ହେବ। ଏ ପ୍ରସ୍ତାବକୁ କ୍ୟାବିନେଟ୍‌ର ନୀତିଗତ ଅନୁମୋଦନ ମିଳିଛି। ଚଳିତ ସପ୍ତାହ ଶେଷ ସୁଦ୍ଧା ଚୂଡ଼ାନ୍ତ ମଞ୍ଜୁରି ମିଳିବ ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି। ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଘୋଷଣା କରିବେ।