ଏଲଏସିକୁ ଗଲା ବିଧ୍ଵଂସୀ ଟ୍ୟାଙ୍କ |

148

କଟକ (ଉତ୍କଳ ନିଉଜ଼) ଗୋଟିଏ ପଟେ କୂଟନୈତିକ ଓ ସେନା ସ୍ତରରେ ଘନଘନ ବୈଠକ | ଅନ୍ୟପଟେ ଏଲଏସିରେ ବଦମାସ ଯୁଦ୍ଧଖୋର ଚୀନର ଏଭଳି ଦୋମୁହାଁ ନୀତିରେ ଅତିଷ୍ଠ ହୋଇ ଭାରତ ବି ସଜାଗ ହୋଇଯାଇଛି | ଚୀନ କୁ ଜବାବ ଦେବା ପାଇଁ ଏବେ ଉତ୍ତର ଲାଦଖ ରେ ବଳ କଷିବାରେ ଲାଗିଛି ଭାରତ | ସେଠାକୁ ଭାରୀ ତଥା ବିଧ୍ଵଂସୀ ଟ୍ୟାଙ୍କ ଏବଂ ବହୁ ସଂଖ୍ୟାରେ ଯବାନ ମୁତୟନ କରିଛି | ତା ଛଡା ଏବେ ଶକ୍ତିଶାଳୀ ରାଫେଲ ଯୁଦ୍ଧ ବିମାନ ଥିବାରୁ ଚୀନ କୁ ଏଣିକି ଜୋରଦାର ଜବାବ ଦେବା ପାଇଁ ଭାରତ ପୂର୍ଣ୍ଣ ଭାବେ ପ୍ରସ୍ତୁତ | ବାସ୍ତବିକ ନିୟନ୍ତ୍ରଣରେଖା (ଏଲଏସି) ଠାରୁ କିଛି ଦୂର ରେ ଥିବା ଦୌଲତ ବେଗ ଓଲଡି (ଡି ବି ଓ ) ଏବଂ ଦେପସଙ୍ଗଠାରେ ଚୀନର ୧୭,୦୦୦ ସୈନିକ ମୁତୟନ କରିଛି | ଦୁଇଦେଶ ମଧ୍ୟରେ ପଞ୍ଚମ ସେନାସ୍ତରୀୟ ଆଲୋଚନା ସତେ ଚୀନ ଏଭଳି ଅସ୍ୱାଭାବିକ କାର୍ଜିୟ ଜାରି ରଖିଛି | ଏଠି ପାଇଁ ଭାରତ ଚୀନ କୁ ଜବାବ ଦେବାପାଇଁ ସଜାଗ ଅଛି |