ତହସିଲଦାର କୁ ଆକ୍ରମଣ |

183

ବେଆଇନ ପଥର ଖଣି ଉପରେ ଟାଙ୍ଗୀ ତହସିଲଦାରଙ୍କ ଚଢାଉ ବେଳେ ତହସିଲଦାରଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି | ନୟାଗଡ ଜିଲା ଚାନ୍ଦପୁର ଥାନା ବେଣ୍ଟ ଗ୍ରାମରେ ଟାଙ୍ଗୀ ଅଂଚଳରେ ଦିନକୁ ଦିନ ବ୍ରୁଦ୍ଧି ପାଇବାରେ ଲାଗିଛି ମାଙ୍କଡା ପଥର ମାଫିଆଙ୍କ ରାଜ ବେଆଇନ ପଥର ଖଣି ରୁ ପଥର ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ମୁନାଫା କମାଉଛନ୍ତି ମାଫିଆ | ମାଫିଆ ମାନଙ୍କୁ ସାବାଡ କରିବା ପାଇଁ ଟାଙ୍ଗୀ ତହସିଲଦାର ଅଶ୍ୱନୀ କୁମାର ଦାସ ବିଭିନ୍ନ ପଥର ଖଣି ଉପରେ କରୁଛନ୍ତି ଘନ ଘନ ଚଢାଉ ଫଳରେ ଭୟରେ ପଥର ମାଫିଆ ଦେଉଛନ୍ତି ଛତ୍ରଭଙ୍ଗ,ଆଜି ଟାଙ୍ଗୀ ତହସିଲଦାର ଟାଙ୍ଗୀ ତହସିଲ ଅନ୍ତର୍ଗତ ପାତ୍ର ପଡା ମୌଜାରେ ଥିବା ଏକ ଏକକୁ ଆରକ ମାଙ୍କଡା ପଥର ସଦଳେ ବଳେ ଚଢାଉ କରିବା ବେଳେ କିଛି ଗାଡି ମୋଟର ଜବତ କରିଥିଲେ କେତେକ ଗାଡି ଛଡାଇ ନେଇଥୀଲେ ମାଫିଆ, ମାତ୍ର ଏକ ପଥର ବୋଝେଇ ଟ୍ରକ୍କ୍ କୁ ଟାଙ୍ଗୀ ତହସିଲଦାର ପିଛା କରୁଥିବା ବେଳେ ସେଗି ଟ୍ରକ୍ ନୟାଗଡ ଜିଲାର ବେଣ୍ଟ ଗ୍ରାମ ମଧ୍ୟ୍ୟକୁ ପଳାଇ ଯାଇଥିଲା, ସେଟାରେ ଟାଙ୍ଗୀ ତହସିଲଦାର ପହଂଚିବାପରେ ଆଗରୁ ପ୍ରସ୍ତୁତ ଲୋକେ ତହସିଦାରଙ୍କ ଉପରେ ଆକ୍ରମଣ କରିବାସହ ଜଣେ କର୍ମଚାରୀଙ୍କୁ ଆପହରଣ କରିନେୀଛନ୍ତି ତାଙ୍କର ପତା ମିଳୁନାହିଁ ,୨ ଜଣ କରମଚାରୀ ଆହତ ହୋଇ ଟାଙ୍ଗୀରେ ଚିକିସ୍ଚିତ ହେଉଥିବା ଜଣା ପଡିଛି,ଚାନ୍ଦପୁର ଥାନାରେ ଟାଙ୍ଗୀ ତହସିଲଦାର ଏତଲା ଦାୟର କରିଛନ୍ତି | ଖୋର୍ଦ୍ଧା ରୁ ସୁଧୀର କୁମାର ବେହେରା ଙ୍କ ରିପୋର୍ଟ, ଉତ୍କଳ ନିଉଜ଼ |