ଆସିଲା ରାଫେଲ ଯୁଦ୍ଧ ବିମାନ

143

କଟକ (ଉତ୍କଳ ନିଉଜ଼) ଭାରତ ପାଇଁ ଆଜି ଐତିହାସିକ ଦିନ | ଶତ୍ରୁ ରାଷ୍ଟ୍ରଠାରୁ ଦେଶ କୁ ସୁରକ୍ଷା ଯୋଗାଇବା ଲାଗି ଫ୍ରାନ୍ସ ରୁ ୭ ହଜାର କିମି ର ଲମ୍ବା ଲମ୍ଫ ଡେଇଁ ପାଦ ଥାପିଛି ରାଫେଲ ଯୁଦ୍ଧ ବିମାନ | ବାୟୁସେନାର ଯୋଧ୍ୟା ପାଇଲଟମାନେ ୫ଟି ରାଫେଲ ବିମାନ ଧରି ସଗର୍ବେ ଭାରତ ମାଟି ରେ ପହଞ୍ଚିଛନ୍ତି | ହରିୟାଣାର ଅମ୍ବାଲା ଏୟାରବେଶରେ ବିମାନଗୁଡିକ ଗର୍ଜନ କରି ନିରାପଦ ଅବତରଣ କରିଛି | ରାଫେଲ ପହଞ୍ଚିବା ପରେ ବାୟୁସେନା କୁ ନୂଆ ଶକ୍ତି ମିଳିଛି | ରାଷ୍ଟ୍ର ରକ୍ଷାଠାରୁ କିଛି ପୁଣ୍ୟ ନାହିଁ ବୋଲି ପ୍ରଧାନ ମନ୍ତ୍ରୀ ମୋଦି କହିଛନ୍ତି |