ଚୀନରେ ପୁଣି କରୋନା ୬୧ ନୂଆ ଆକ୍ରାନ୍ତ ଚିହ୍ନଟ

160

କଟକ (ଉତ୍କଳ ନିଉଜ଼) ଚୀନରେ ସୋମବାର ୬୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ଗତ ଏପ୍ରିଲ ମାସ ପରଠାରୁ ଏଠାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଚୀନରେ ୨ୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆସିବା ଆଶଙ୍କା ପ୍ରକାଶ ପାଇଛି। ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୭ ଜଣ ପଶ୍ଚିମ ଶିଞ୍ଜିଆଙ୍ଗ ଏବଂ ଅନ୍ୟ ୪ ଜଣା ବିଦେଶ ଫେରନ୍ତା ବୋଲି ଚୀନର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି। ଏପ୍ରିଲ ୧୪ ପରେ ଚୀନରେ ସର୍ବାଧୂକ ୬୧ ସଂକ୍ରମିତ ସାମ୍ନାକୁ ଆସିଛନ୍ତି। ଏହା ପୂର୍ବରୁ ଏପ୍ରିଲରେ ୮୯ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ, ବିଦେଶରୁ ଫେରିଥିଲେ। ନୂଆ ସଂକ୍ରମିତ ଚିହ୍ନଟ ହେଇଥିବାରୁ ଡାଲିୟାନ ସହରରେ ଲୋକଙ୍କ | ସାମୁହିକ ପରୀକ୍ଷଣ ଆରମ୍ଭ କରିଛନ୍ତି। |