ତାମିଲ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

156

ତାମିଲ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ କଟକ (ଉତ୍କଳ ନିଉଜ଼) ଅଭିନେତା ସୁଶାନ୍ତ ସିଂ ରାଜପୁତ୍ର ଆତ୍ମହତ୍ୟା ଘଟଣା ପରେ ବଲିଉଡ୍‌ ଇଣ୍ଡଷ୍ଟ୍ରି ଏକ ପ୍ରକାର ସ୍ତବ୍ଧ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ ସୁଶାନ୍ତଙ୍କ ଆତ୍ମହତ୍ୟା ପଛର କାରଣ କଣ। ଏସବୁ ଭିତରେ ଆଉ ଜଣେ ଅଭିନେତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯାହାକୁ ନେଇ ଅଭିନେତ୍ରୀଙ୍କ ଫାନ୍ସମାନଙ୍କୁ ଏକ ପ୍ରକାର ଝଟ୍‌କା ଲାଗିଛି। ତାମିଲ୍ ଅଭିନେତ୍ରୀ ବିଜୟଲକ୍ଷ୍ମୀ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ତେବେ ଠିକ୍ ସମୟରେ ତାଙ୍କୁ ବଞ୍ଚାଇ ଦିଆଯାଇଥିଲା।ବର୍ଭମାନ ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଛି। କୁହାଯାଉଛି ଯେ, ସେ ମାନସିକ ଚାପରେ ଅଛନ୍ତି। ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ବିଜୟଲକ୍ଷ୍ମୀ ଅନେକ ଭିଡିଓ ସୋସିଆଲ୍ ମିଡିଆରେ ଶେଆର୍ କରିଥିଲେ। ନିକଟରେ ସେ ସୋସିଆଲ୍ମି ଡିଆରେ ଏକ ଭିଡିଓ ଶେଆର କରିଥିଲେ। ଏଥିରେ ସେ ଅଭିନେତାରୁ ରାଜନେତା ହୋଇଥିବା ସୀମାନ୍ ଓ ତାଙ୍କ ପାର୍ଟି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ସେମାନେ ତାଙ୍କୁ ନିର୍ଯାତନା ଦେଉଥିବା ବିଜୟଲକ୍ଷ୍ମୀ ଅଭିଯୋଗ ଆଣିଥିଲେ। ଏହି ଭିଡିଓରେ ସେ ଆହୁରି ମଧ୍ୟ କହିଥିଲେ, ତାଙ୍କ ମୃତ୍ୟୁ ଲୋକଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି ହେବା ଉଚିତ୍। ସେ ତାଙ୍କ ଫ୍ୟାନ୍ସମାନଙ୍କୁ ଅପିଲ୍ ମଧ୍ୟ କରିଥିଲେ, ସୀମାନ୍ ଓ ହରି ନାଦରଙ୍କ ଭଳି ଲୋକ ଯେପରି ରକ୍ଷା ନ ପାଆନ୍ତି। ମାନସିକ ଶୋଷଣ ପାଇଁ ସେମାନଙ୍କ ବିରୋଧରେ କଠାରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।