PEO ଙ୍କ କଳା କାରନାମା |

179

ସଂଗରୋଧ କେନ୍ଦ୍ର ରୁ ଫେରୁଥିବା ବେଳେ PEO ମାଗୁଛନ୍ତି ଟଙ୍କା ଟଙ୍କା ଦିଅ , ଯଲଦି ଦିଅ , ତା ପରେ ଯାଅ । ଇଆଡୁ ସିଆଡୁ ଗପ ନାହିଁ । ଦିନ କୁ ୧୨୦ ଟଙ୍କା ହିସାବରେ ଯେତେ ଦିନ ରହିଛ ଆର୍ଥାତ୍ ୧୬ ଦିନ କୁ ୧୯୨୦ ଟଙ୍କା , ଛାଡ , ଅଢେଇ ହଜାର ନାଇଁ ୩ ହଜାର ଟଙ୍କା ଦେଇଦିଅ । ଏପରି ହିସାବ କରି ଟଙ୍କା ମାଗୁଛନ୍ତି ଏହି ବାବୁ ଜଣକ । ବାବୁ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଜରିପଡା ପଚାଂୟତ ର ଏକ୍ସ୍ୟୁଟିଭି ଅଫିସର(PEO) ଅଜୟ କୁମାର ରାୟଗୁରୁ । ଯେଉଁ ପ୍ରବାସୀ ଓଡ଼ିଆ ବିଦେଶ ରୁ ଆସିଛନ୍ତି ସେମାନେ ଟଙ୍କା ଦେଲେ ଏହି କୋରେଣ୍ଟାଇନ୍ ସେଣ୍ଟର ରେ ରହିବେ ଆଉ ଟଙ୍କା ନଦେଲେ ସେମାନେ କୁଆଡେ ସିଆଡେ-ଭୁବନେଶ୍ୱର ରେ ରହିବେ ବୋଲି କହି ସଂଗରୋଧ କେନ୍ଦ୍ର ରେ ରହି ଘରକୁ ଫେରୁଥିବା ପ୍ରବାସୀ ଓଡ଼ିଆ କୁଂ ଟଙ୍କା ମାଗୁଛନ୍ତି । ବାରମ୍ବାର ପଚାରିଲେ ବାବୁ ଗରମ ହୋଇ ଯାଉଛନ୍ତି । ଆଗରୁ କହିଛି ଏବେ ପୁଣି ପଚାରୁଛ , ସେଇ ଗୋଟିଏ କଥା , ଟଙ୍କା ଦିଅ ତାପରେ ଏଠାରୁ ଯା । ବିଚରା ପ୍ରବାସୀ ଜଣକ ୩ ହଜାର ଟଙ୍କା ଦେବା ପରେ ତାଙ୍କୁ ସେଠାରୁ ଛଡା ଯାଇଥିଲା । PEO ବାବୁ କ୍ୟାମେରା ଦେଖି ପଳାଇ ଗଲେ , ଏହା କୁଆଡେ ସରକାରଙ୍କ ନିର୍ଦ୍ଦେଶ ବୋଲି PEO କହିଛନ୍ତି । ଖୋର୍ଦ୍ଧା ରୁ ସୁଧୀର କୁମାର ବେହେରା ଙ୍କ ରିପୋର୍ଟ, ଉତ୍କଳ ନିଉଜ଼ |