ସାବଧାନ ! ଚୌଦ୍ୱାର ରେ କଳା ପଲସର ଲୁଟେରା |

836

ଚୌଦ୍ୱାର (ଉତ୍କଳ ନିଉଜ଼ )ଚୌଦ୍ୱାର ରେ ମାତିଲେଣି କଳା ପଲସର ଲୁଟେରା |ଆଜି ଅପରାହ୍ନ ରେ କଳା ପୁଲସର ରେ ଆସି ଦୁଇ ଲୁଟେରା ସୁନା ହାର ଲୁଟିନେଲେ | ଘଟଣା ରୁ ପ୍ରକାଶ ଯେ ଚୌଦ୍ୱାର ପୌର ପାଳିକା ୧୦ ନ. ୱାର୍ଡ ହାଉସିଂ ବୋର୍ଡ଼ ରେ ଘଟିଛି ଏହି ପରି ଘଟଣା |ହାଉସିଂ ବୋର୍ଡ଼ ର LIG 206 ,ଫେଜ ୨ ର ବିଜୟ କୁମାର ସିଂ ଙ୍କର ବୁଢ଼ୀ ମା (ଲାବଣ୍ୟ ବତୀ ସିଂ) ଦିନ ପ୍ରାୟ ୨:୩୦ ସମୟରେ ଘରୁ ବାହାରକୁ ବାହାରିବା ସମୟରେ ଧଳା ଡ୍ରେସ ପିନ୍ଧିଥିବା ଦୁଇ ଲୁଟେରା ହଠାତ କଳା ପଲସର ରେ ଆସି ତାଙ୍କ ବେକରୁ ସୁନା ହାର ଛିଡ଼ାଇ ନେଇ ପଳାଇଲେ |ସେ ପାଟି କରିବାରୁ କିଛି ବ୍ୟକ୍ତି ସେଠାରେ ପହଂଚି ଥିଲେ |ତେବେ ସେତେବେଳକୁ ଦୁଇ ଲୁଟେରା ସେଠାରୁ ସୁନା ଚେନ ନେଇ ବୈଦେଶ୍ଵର ଆଡକୁ ପଳାଇଥିଲେ |ତେବେ ଏହି ଲୁଟ ଘଟଣା ରେ ସ୍ଥାନୀୟ ଯୁବକ ର ହାତ ଥିବା ପ୍ରକାଶ କରିଛନ୍ତି ପଡୋଶୀ |ବର୍ତମାନ କରୋନା ମହାମାରି ର ଭୟାବହତା ଲାଗିରହିଥିବା ବେଳେ ,ଚୌଦ୍ୱାର ପୋଲିସ ପ୍ରଶାସନ କରୋନା କୁ ରୋକ ଲଗେଇବା କାର୍ଯ୍ୟ ରେ ବ୍ୟସ୍ତ ରହିଛନ୍ତି |ଏହାର ସୁଯୋଗ ନେଇ କିଛି ଦୁର୍ବୁତ୍ତ ଏହିପରି କାର୍ଯ୍ୟ କରିବାକୁ ସାହସ କରିଛନ୍ତି | ପୋଲିସ ପ୍ରଶାସନ ଏହି ଦିଗରେ ଧ୍ୟାନ ଦେବା ପାଇଁ ଅନୁରୋଧ କରିଛନ୍ତି ଅଂଚଳ ବାସି |