ଗୋରୁ ଚମଡା ଓ ମାଂସ ବୋଝେଇ ଗାଡି ଜବତ, ଚାଳକ ଅଟକ।

151

କଟକ (ଉତ୍କଳ ନ୍ୟୁଜ ) ୩୧-୧୦-୨୦୨୫ : ଗୋରୁ ଚମଡା ଓ ମାଂସ ବୋଝେଇ ଗାଡି ଜବତ, ଚାଳକ ଅଟକ। ଭଦ୍ରକ ଚାନ୍ଦବାଲି ରାଜ୍ଯ ରାଜପଥ ସନ୍ଥପୁରା ଛକ ତଥା ଓଡିଶା ଆଦର୍ଶ ବିଦ୍ୟାଳୟ ରାସ୍ତା ନିକଟରେ ଏପରି ଅଘଟଣ ପଦାକୁ ଆସିଛି। ଶୁକ୍ରବାର ସକାଳ ପ୍ରାୟ ୯ ଘଟିକା ସମୟରେ ସନ୍ଥପୁରା ଗାଁରୁ ଗୋରୁ ଚମଡା ଓ ମାଂସ ବୋଝେଇ ଦୁଇଟି ପିକ୍ଅପ ଭ୍ୟାନ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ସ୍ଥାନୀୟ ଲୋକେ ଓ ଧାର୍ମିକ ସଂଗଠନର କର୍ମକର୍ତ୍ତାମାନେ ଅଟକାଇ ଥିଲେ। ତେବେ ଗୋଟିଏ ପିକ୍ଅପ ଭ୍ୟାନ କୌଶଳ କ୍ରମେ ଦୃତ ଗତିରେ ଖସି ପଳେଇ ଯାଇଥିବା ଅନ୍ୟଟି ଧରା ପଡିଥିଲା। ସେଥିରେ ଗୋରୁ ଚମଡା ଓ ମାଂସ ଥିବା ଜଣା ପଡିବା ଉତ୍ତେଜନା ଦେଖା ଦେଇଥିଲା। ସେଥିରେ ୩ ଶହରୁ ଉର୍ଦ୍ଧ ଗୋରୁ ଚମଡା ଥିବା କୁହା ଯାଉଛି।

ଗୋରୁ ଚମଡା ଓ ମାଂସ ଆଣିଥିବା ଲୋକର ନାମ କହି ପାରିନଥିଲା ଚାଳକ ହେଲେ ତାଙ୍କ ଘର ଦେଖିଥିବା ସ୍ବିକାର କରିଥିଲା। ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ସଂପୃକ୍ତ ଚାଳକକୁ ଗାଁକୁ ନେଇଥିଲା। ସେଠାରେ କଂସେଇଖାନା ଠାବ ହୋଇଥିବା ଜଣାଯାଇଛି। ତେବେ ଏହି ଅଞ୍ଚଳ ସମେତ ଆଖପାଖ ଅଞ୍ଚଳରେ କେତେକ ଲଘୁ ସଂପ୍ରଦାୟର ମାଂସ ବିକାଳି ଖାସି ମାଂସରେ ଗୋମାଂସ ଭେଜାଲ କରୁଥିବା ଏବଂ ଦିନକୁ ଦିନ ଏହି ଅଞ୍ଚଳରେ ବୁଲା ଷଣ୍ଢ ଗୁଡିକ ଗାଏବ ହେଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସେମାନଙ୍କୁ ସନ୍ଦେହ ମଧ୍ଯ କରାଯାଉଛି। ପ୍ରଶାସନ ପକ୍ଷରୁ ଛାନଭିନ କରାଗଲେ ସମସ୍ତ ଘଟଣା ପଦାକୁ ଆସି ପାରନ୍ତା ବୋଲି ଦାବି ଜୋର ଧରିଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |