କଟକ (ଉତ୍କଳ ନ୍ୟୁଜ ) ୧୬-୮-୨୦୨୪ : କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତା ତ୍ରୟ ଭାଉସାହେବ ଶିନ୍ଦେ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ସୁଭଦ୍ରା ଯୋଜନା ନିମିତ୍ତ ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି | ସୂଚନାଯୋଗ୍ୟ , ଓଡିଶା ସରକାର ମହିଳା ମାନଙ୍କ ର ଆର୍ଥିକ ମାଜିକ ତଥା ମାନସିକ ସଶକ୍ତିକରଣ କରି ସେମାନଙ୍କର ସ୍ୱାଧୀନତା କୁ ବୃଦ୍ଧି କରାଇବା ସହିତ ତାଙ୍କ ର ପରିବାର କୁ ସୁରକ୍ଷା ଯୋଗାଇବା ନିମନ୍ତେ "ସୁଭଦ୍ରା ଯୋଜନା -୨୦୨୪ ନାମ ରେ ଏକ ପ୍ରମୁଖ ଯୋଜନା ଆରମ୍ଭ କରିବା ପାଇଁ ଏକ ବାସ୍ତବ ରୂପରେଖ ପ୍ରସ୍ତୁତ କରାଯିବାକୁ ସ୍ଥିର କରାଯାଇଅଛି | ଏଥିପାଇଁ ସବୁ ବର୍ଗ ର ମହିଳା ଅନୁଷ୍ଠାନ ବିଶେଷକରି ସ୍ୱୟଂ ସହାୟିକା ଗୋଷ୍ଠୀ , ମିଶନସକ୍ତି ମହିଳା ମାନଙ୍କ ର ମତାମତ ନିଆଯାଉଅଛି | ଏହି ଯୋଜନା ମାଧ୍ୟମ ରେ ସରକାର ମହିଳାମାନଙ୍କୁ ତାଙ୍କ ଅଧିକାର ବିଷୟ ରେ ସଚେତନତା ସୃଷ୍ଟି କରାଇବା ସହିତ ସମାଜ ର ମୂଲ୍ୟବାନ ସଦସ୍ୟରୂପ ସେମାନଙ୍କ ର ଭୂମିକାକୁ ପ୍ରୋତ୍ସାହନ କରାଇବେ | ଏଥିସହ ମହିଳା ମାନଙ୍କ ର ଏକାଧିକ ଦିଗ ରୁ ଉନ୍ନତି କରିବାର ଯୋଜନା ରଖି ସେମାନଙ୍କୁ ବୃତ୍ତିଗତ ଓ ବ୍ୟକ୍ତିଗତ ସଫଳ କରାଇବା ର ସରକାର ଲକ୍ଷ ରଖିଛନ୍ତି ବୋଲି ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ | କେଉଁ ଆଧାରରେ କେଉଁ ମାନଙ୍କୁ ସୁଭଦ୍ରା ଯୋଜନା ରବେ ଯୋଗ୍ୟ ହିତାଧିକାରୀ ବିବେଚିତ କରାଯିବ ସେହି ପ୍ରସଙ୍ଗ ରେ ଆଜି ର ପରାମର୍ଶ ବୈଠକ ରେ ମାହାଙ୍ଗା ବିଧାୟକ ସାରଦା ପ୍ରସନ୍ନ ପ୍ରଧାନ , ବାରବାଟୀ -ବିଧାୟିକା ଇଂ ସୋଫିଆ ଫିରଦସ , କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠି , ବଡମ୍ବା ବିଧାୟକ ବିଜୟ ଦଳ ବେହେରା , ପ୍ରମୁଖ ଉପସ୍ଥିତ ରହି ପରାମର୍ଶ ସ୍ୱରୂପ ବୈଠକ ରେ ଆଲୋଚନା କରିଥିଲେ | ଅବିବାହିତା , ନିରୁପାୟ , ନିର୍ଯ୍ୟାତିତ ମହିଳାମାନଙ୍କ କଥା କୁ ବିଚାର କୁ ନେଇ ହିତାଧିକାରୀ ଚୟନ ପ୍ରକ୍ରିୟା ରେ ସାମିଲ କରାଯିବା ନେଇ ବୈଠକ ରେ ଆଲୋଚନା କରାଯାଇଥିଲା | ଏଥିସହ ମହିଳାମାନଙ୍କ ନିମନ୍ତେ ସରକାରଙ୍କଦ୍ୱାରା ଚାଲୁରହିଥିବା ଯୋଜନା ଗୁଡିକ ର ଆଗାମୀ ଦିନ ରେ ସଫଳ ରୂପାୟନ ଓ କାର୍ଯ୍ୟକାରିତା ତାହା ସେମାନଙ୍କୁ ଅଧିକ ସ୍ୱାବଲମ୍ବୀ କରାଯିବା ସମ୍ପର୍କ ରେ ମଧ୍ୟ ଉକ୍ତ ବୈଠକ ରେ ଆଲୋଚନା ହୋଇଥିଲା | ଏହି ପରିପ୍ରେକ୍ଷୀ ରେ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ , ସ୍ୱୟଂ ସହାୟିକା ଗୋଷ୍ଠୀ , ମିଶନସକ୍ତି ମହିଳା ସଦସ୍ୟା ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିଲେ | ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ , ଉନ୍ନୟନ ଡ଼ଃ ଦିବ୍ୟଲୋଚନା ମହାନ୍ତ ଅତିଥି ମାନଙ୍କ ସ୍ୱାଗତ ସହ ବୈଠକ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ | ଅନ୍ୟମାନଙ୍କ ମଧ୍ୟ ରେ ମୁଖ୍ୟ ଉନ୍ନୟନ ଅଧିକାରୀ , ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର ରାୟ , ଜିଲ୍ଲା ପରିଷଦ ଉପ ସଭାପତି ସୁଭଦ୍ରା ଦାସ , କଟକ ଲୋକସଭା ସାଂସଦ ଙ୍କ ପ୍ରତିନିଧି ପ୍ରତିଭା ଶତପଥୀ ଙ୍କ ସମେତ କଟକ ସଦର , ବାଙ୍କୀ ଏବଂ ଆଠଗଡ ଉପ ଜିଲ୍ଲାପାଳ ମାନେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଉପସ୍ଥିତ ଥିଲେ | ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ପରିଡା ଧନ୍ୟବାଦ ଅର୍ପଣ କରିଥିଲେ |