BREAKING NEWS
- କଟକ ଜିଲ୍ଲାର ୨୧ଟି ଜନଜାତି ବହୁଳ ଗ୍ରାମର ଗ୍ରାମସଭାରେ ଗ୍ରାମ କାର୍ଯ୍ୟ ଖସଡ଼ା ଅନୁମୋଦିତ |

- ମାନସିକ ବିକୃତ ମହିଳାଙ୍କୁ ଅପହରଣ ଘଟଣା, ଅପହରଣକାରୀ ଟ୍ରକ ଡ୍ରାଇଭର ଗିରଫ ଓ ମହିଳା ଉଦ୍ଧାର।
- ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଶତାବ୍ଦୀ ଉଦଘାଟନ ଉତ୍ସଵ।
- କଟକ ଜିଲ୍ଲାସ୍ତରୀୟ ୧୫୬ତମ ଗାନ୍ଧି ଜୟନ୍ତୀ ସମାରୋହ ଅନୁଷ୍ଠିତ |
- ବେଆଇନ ଗୋ ଚାଲାଣ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଗାଡି, ୧୦ ଗୋରୁ ଉଦ୍ଧାର, ପୋଲିସ ହେପାଜତରେ ଚାଳକ।
- କଟକ ନାଟ୍ୟୋତ୍ସବ ୨୦୨୫ ନିର୍ଣ୍ଣାୟକ ପର୍ଯ୍ୟାୟକୁ ଉନ୍ନୀତ ହେଲେ ୧୧ ଶିକ୍ଷାନୁଷ୍ଠାନ |
- ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ।
- ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟରେ ଅପ୍ଟିକାଲ୍ ସ୍ପେକ୍ଟ୍ରୋସ୍କୋପିର ଦିଗ ଉପରେ ଆନ୍ତର୍ଜାତୀୟ ସେମିନାର |
- ବିଜେପି ନେତା ସନ୍ତୋଷ ମହାନ୍ତି ଙ୍କ ହସ୍ତକ୍ଷେପ ପରେ ଚାଷୀ ଙ୍କୁ ମିଳିଲା ସାର ।
ଆଞ୍ଚଳିକ
କଟକ ଜିଲ୍ଲାର ୨୧ଟି ଜନଜାତି ବହୁଳ ଗ୍ରାମର ଗ୍ରାମସଭାରେ ଗ୍ରାମ କାର୍ଯ୍ୟ ଖସଡ଼ା ଅନୁମୋଦିତ |
କଟକ ( ଉତ୍କଳ ନ୍ୟୁଜ ) ୪-୧୦-୨୦୨୫ : ବିକଶିତ ଭାରତ ଗଠନ ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଆଦି କର୍ମଯୋଗୀ ଅଭିଯାନ ଅଧୀନରେ ଅନୂସୁଚିତ ଜନଜାତି ଗ୍ରାମଗୁଡିକରେ ସମସ୍ତ ସୁବିଧା ପହଞ୍ଚାଇବା ସହ ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ ସମ୍ପନ୍ନ କରାଯାଉଛି । ସରକାରୀ କର୍ମଚାରୀଙ୍କ ମଧ୍ୟରେ ସେବା, ସମର୍ପଣ ଓ ସଙ୍କଳ୍ପ ମନୋଭାବ ସୃଷ୍ଟି କରି କର୍ମ ସମ୍ପାଦନ କରିବା ହେଉଛି ଆଦି କର୍ମଯୋଗୀ ଅଭିଯାନର ମୂଳ ଲକ୍ଷ୍ୟ | ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ତରଫରୁ ଧରତି ଆବା- ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ଅଧୀନରେ କଟକ ଜିଲ୍ଲାର ୪ ଗୋଟି ବ୍ଲକର ମୋଟ ୧୫ ଗୋଟି ପଞ୍ଚାୟତର ସମୁଦାୟ ୨୧ଟି ଜନଜାତି ବହୁଳ ଗ୍ରାମକୁ ଆଦି କର୍ମଯୋଗୀ ଅଭିଯାନରେ ସାମିଲ କରାଯାଇଛି । ବାରଙ୍ଗ ବ୍ଲକର ଚକ୍ରଧରପୁର, ଆଠଗଡ଼ ବ୍ଲକର ସୌରିଆ, ଗୋବାରା, ଦମ୍ପତିପୁର, ରାହାଙ୍ଗୋଳ, ଖଣ୍ଡୁଆଳି, ରାଧାକୃଷ୍ଣପୁର, ମାଧପୁର, ଟାଙ୍ଗୀ - ଚୌଦ୍ଵାର ବ୍ଲକର କୋଚିଲାନୁଆଗାଁ, ରାମଚନ୍ଦ୍ରପୁର, ଆମ୍ବିଲିଝରି, ବଡ଼କୁଶୁନପୁର, କରଞ୍ଜି, ମାଛପଙ୍ଗି, ଚନ୍ଦନପୁର, କୁସପଡା, ବଡପୋଖରି, ଅଭୟପୁର, ବଡମ୍ବା ବ୍ଲକର ମୁଲିଆବାଙ୍କ, ବୁଢ଼ାପଙ୍କ, ଖଳିବାଟି ଗ୍ରାମ ଗୁଡ଼ିକ ଏହି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଅଟନ୍ତି । ଆଦି କର୍ମଯୋଗୀ ଅଭିଯାନ ମାଧ୍ୟମରେ ପ୍ରତ୍ୟକ ଗ୍ରାମରୁ ଅତି କମ୍ ରେ ୨୦ଜଣ ଆଦି ସାଥୀ ଓ ୧୦ଜଣ ଆଦି ସହଯୋଗୀ ଚୟନ କରି ନିଜ ଅଂଚଳର ବିକାଶର ବାହକ ହେବା ସହ ବିକଶିତ ଭାରତ ଅଂଶିଦାରୀ ହେବାର ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲାପାଳ ଶ୍ରୀ ଦତ୍ତତ୍ରୟ ଭାଉସାହେବ ଶିନ୍ଦେ କହିଛନ୍ତି | ଧରିତି ଆବା- ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ଅଧୀନରେ ଗ୍ରାମର ସାମଗ୍ରିକ ବିକାଶ ନିମନ୍ତେ ସମସ୍ତ ବିଭାଗର ସହମତିରେ ପ୍ରତ୍ୟେକ ଗ୍ରାମ ପାଇଁ ଏକ Village Vision Plan ଓ Village Action Plan (ଗ୍ରାମ କାର୍ଯ୍ୟ ଖସଡ଼ା) ପ୍ରସ୍ତୁତି କରାଯିବା ସହ ଅକ୍ଟୋବର ୨ ତାରିଖରେ ପଞ୍ଚାୟତର ଗ୍ରାମସଭାରେ ଗ୍ରାମର Village Action Plan (ଗ୍ରାମ କାର୍ଯ୍ୟ ଖସଡ଼ା) ଅନୁମୋଦନ କରାଯାଇଅଛି। ଏହି ଅଭିଯାନ ଅଧୀନରେ ଜାତୀୟ ରକ୍ତହୀନତା ଦୂରୀକରଣ, ବୃତ୍ତି ପ୍ରଦାନ, ପି-ଏମ କିଶାନ, ପି ଏମ ପୋଷଣ ଆଦି ଅନ୍ତର୍ଭୁକ୍ତ । ୧୭ ସେପ୍ଟେମ୍ବର ୨୦୨୫ ରୁ ୨୭ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଏହିସବୁ ଗ୍ରାମଗୁଡିକରେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ସଚେତନ କରିବା ସହ ନୂତନ ଆଧାର କାର୍ଡ ତିଆରି କରିବା, ଆଧାର ଅପଡେଟ କରିବା, ବ୍ୟାଙ୍କ ଖାତା ଖୋଲିବା, ଆୟୁଷ୍ମାନ ଭାରତ କାର୍ଡ ଯୋଗାଇ ଦେବା ଆଦି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଆଦି ସେବା ପର୍ବ ପାଳନ କରାଯାଇଥିଲା। ଏଥିସହ ବିଦ୍ୟାଳୟ, ଅଙ୍ଗନୱାଡ଼ି, ଗ୍ରାମପଞ୍ଚାଯତ ତଥା ଗ୍ରାମ ସ୍ତରରେ ସ୍ବାସ୍ଥ୍ୟ ଓ ପରିମଳ, ଚିତ୍ରାଙ୍କନ, କୌତୁକ ପୋଷାକ, ବକ୍ତୃତା, ମୃତ୍ତିକା ହସ୍ତ କଳା, ନୃତ୍ୟ ପରିବେଷଣ, ବୃକ୍ଷରୋପଣ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ବିଜେପି ନେତା ସନ୍ତୋଷ ମହାନ୍ତି ଙ୍କ ହସ୍ତକ୍ଷେପ ପରେ ଚାଷୀ ଙ୍କୁ ମିଳିଲା ସାର ।
କଟକ (ଉତ୍କଳ ନ୍ୟୁଜ ) ୨୫ -୦୯-୨୦୨୫: ବିଜେପି ନେତା ସନ୍ତୋଷ ମହାନ୍ତି ଙ୍କ ହସ୍ତକ୍ଷେପ ପରେ ପ୍ରକୃତ ଚାଷୀ ଙ୍କୁ ମିଳିଲା ସାର ।ଚୌଦ୍ଵାର କଟକ ନିର୍ବାଚନ ମଣ୍ଡଳୀ ରେ ସାର ର କୃତ୍ରିମ ଅଭାବ କୁ ଦୃଷ୍ଟି ରେ ରଖି ବରିଷ୍ଠ ବିଜେପି ନେତା ସନ୍ତୋଷ କୁମାର ମହାନ୍ତି ହସ୍ତକ୍ଷେପ ପରେ ସାରା ମିଳିଲା ଅଞ୍ଚଳ ର ଚାଷୀ ମାନଙ୍କୁ | ଟାଙ୍ଗୀ ଚୌଦ୍ବାର ବ୍ଲକ ର ବିଭିନ୍ନ ସୋସାଇଟି ଯଥା ନଖରା, ଆଗ୍ରାହାଟ, କୟଳପଡା, ନିମପୁର ଆଦି ସୋସାଇଟିକୁ ଆଜି ସାର ଆସି ପହଂଚି ଥିଲା ତେବେ ସନ୍ତୋଷ ମହାନ୍ତି ଙ୍କ ଉପସ୍ଥିତି ରେ ପ୍ରକୃତ ଚାଷୀ ମାନଙ୍କୁ ଚିହ୍ନଟ କରାଯାଇ ସାର ବିତରଣ କରାଯାଇଥିଲା। ଏନେଇ ଅଞ୍ଚଳ ବସି ଶ୍ରୀ ମହାନ୍ତି ଙ୍କୁ ଧନ୍ୟବାଦ ଜଣାଇଥିଲେ | ଏହି ପରିପ୍ରେକ୍ଷୀ ରେ ସନ୍ତୋଷ ମହାନ୍ତି ମାନ୍ୟବର ମୂଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇ ବା ସହ , ରାଜ୍ୟ ସରକାର ଙ୍କ ତରଫରୁ ଚାଷୀଙ୍କ ଆବଶ୍ୟକ ଅନୁଯାୟୀ ସମସ୍ତ ସାର ଯୋଗଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ସାର ଯୋଗାଣ ଦାୟିତ୍ଵ ରେ ଥିବା ଅଧିକାରୀ ଭାଗୀରଥି ବିଶ୍ଵାଳ ମାର୍କ ଫେଡ ର ଏରୀୟା ମ୍ୟାନେଜର ଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିରେ ନଖରା କୃଷି ସମବାୟ ସମିତି ର ସଭାପତି ବିଜୟ କୁମାର ମହାପାତ୍ର, ସମ୍ପାଦକ ଶରତ କୁମାର ସ୍ବାଇଁ,ଉପସଭା ନେତ୍ରୀ ନମିତା ଦେବତା, ଧନେଶ୍ୱର ଜେଠି, ଚୌଦ୍ୱାର ଥାନା ଭାରପ୍ରାପ୍ତ ଅଧିକାରୀ ଦୀପକ ଖଣ୍ଡାୟତରାୟ,ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶ୍ରୁଖଳା ରେ ପରି ଚାଳନା ରେ ସହଯୋଗ କରିଥିଲେ।

କଟକ ଜିଲ୍ଲାରେ ରାଜସ୍ୱ ଓ ଭୂ-ଅର୍ଜନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ |
କଟକ (ସୁଶ୍ରୀ ସୁନିତା ମହାପାତ୍ର ) କଟକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଭାଗୃହଠାରେ ଆଜି ରାଜସ୍ୱ ଓ ଭୂ-ଅର୍ଜନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ଯୋଗଦେଇ ପୂର୍ବ ସର୍ବେକ୍ଷଣ ଅନୁଯାୟୀ ବସୁନ୍ଧରା ଯୋଜନା ଅନ୍ତର୍ଗତ ଭୂମିହୀନ ପରିବାରକୁ ଜମିପଟ୍ଟା ପ୍ରଦାନ, ପୂର୍ବରୁ ପ୍ରଦାନ କରାଯାଇଥିବା ଘରବାଡି ଜମିର ଚିହ୍ନଟ, ଶିକ୍ଷାନୁଷ୍ଠାନଗୁଡିକର ଜମିର ନିୟମିତକରଣ, ଜଙ୍ଗଲ ଅଧିକାର ଆଇନରେ ପ୍ରଦାନ କରାଯାଇଥିବା ପଟ୍ଟା ବଂଟନ, ସିକିମ୍, ବେବନ୍ଦୋବସ୍ତ ଓ ଜଙ୍ଗଲ ଜମି ଅଧିକାର ଅଧିନିୟମ ଅନ୍ତର୍ଗତ ବିଭିନ୍ନ ଯୋଜନା ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଗୋଚର ଜମିରେ ରହୁଥିବା ଲୋକଙ୍କୁ ଥଇଥାନ କରାଇବା ଉପରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ୱ ଦେଇ, ବୃଦ୍ଧ, ଅସହାୟ ଓ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଲୋକଙ୍କ ସମସ୍ୟାଗୁଡିକ ଉପରେ ଯଥା ସମୟରେ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ବିଭିନ୍ନ ସରକାରୀ ଅନୁଷ୍ଠାନ, ପ୍ରତିଷ୍ଠାନ, ବିଭାଗ ଇତ୍ୟାଦିର ଅବ୍ୟବହୃତ ଜମିକୁ ବିଭିନ୍ନ ଉନ୍ନୟନ ଯୋଜନା ନିମନ୍ତେ ସରକାରୀ ଖାତାକୁ ଆଣି ପ୍ରଦାନ କରିବା, ବିଭିନ୍ନ ପଡା ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା, ଚକବନ୍ଦୀ ଆଦି ବିଷୟରେ ସମୀକ୍ଷା ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ପଡିରହିଥିବା ଜମିଜମା ସମ୍ବନ୍ଧୀୟ, ରାଜସ୍ୱ, ଅଦାଲତ ମାମଲାଗୁଡିକର ତ୍ୱରିତ ଫଇସଲା କରିବା ନିମନ୍ତେ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ସେହିଭଳି ଭାବେ କ୍ୟାପିଟାଲ ରିଜନ୍ ରିଙ୍ଗରୋଡ(ସିଆରଆରଆର) ନିମନ୍ତେ ଜମି ଅଧିଗ୍ରହଣକୁ ସୁଗମ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଏଥିସହ ସରକାରୀ ଜମିର ସୁରକ୍ଷା ଓ ଏହାର ଜବରଦଖଲକୁ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବା ନିମନ୍ତେ ମାନ୍ୟବର ମନ୍ତ୍ରୀ ତହସିଲଦାର ଏବଂ ଉପଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ । ରାଜସ୍ୱ ସେବାଗୁଡିକ କିପରି ଭାବେ ଲୋକଙ୍କ ଦ୍ୱାରଦେଶରେ ପହଂଚିବ ସେଥିନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ସମୀକ୍ଷା ଶେଷରେ ରାଜସ୍ୱ ଓ ଭୂ-ଅର୍ଜନ କ୍ଷେତ୍ରରେ ସମ୍ପୃକ୍ତ ଅଧିକାରୀମାନେ ତତ୍ପରତାର ସହ ପଦକ୍ଷେପ ଗ୍ରହଣ କରିବା ଏବଂ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ନୂତନ ପ୍ରସ୍ତାବମାନ ଦାଖଲ କରିବାକୁ ରାଜସ୍ୱ ଅଧିକାରୀମାନଙ୍କୁ କହିଥିଲେ । କଟକରେ ଆବଶ୍ୟକ ହେଉଥିବା ଭିତିଭୂମି ଏବଂ କର୍ମଚାରୀ ନିୟୋଜନ କରିବା ଉପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେବା ସହ ଜିଲ୍ଲାରେ ରାଜସ୍ୱ କ୍ଷେତ୍ରରେ ହେଉଥିବା କାର୍ଯ୍ୟଗୁଡିକ ଉପରେ ସନ୍ତୋଷବ୍ୟକ୍ତ କରିଥିଲେ । ଜିଲ୍ଳାପାଳ ଓ ଜିଲ୍ଳା ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାଜସ୍ୱ ବିଭାଗ ଅଧିନସ୍ଥ ସମସ୍ତ କାର୍ଯ୍ୟର ତଥ୍ୟ ପ୍ରସ୍ତୁତି କରାଯାଇ ରାଜସ୍ୱ ମନ୍ତ୍ରୀଙ୍କୁ ଅବଗତ କରଯାଇଥିଲା ବେଳେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଡକ୍ଟର ଦିବ୍ୟଲୋଚନ ମହାନ୍ତ ବର୍ତମାନର ସ୍ଥିତି ସମ୍ପର୍କରେ ଉପସ୍ଥାପନ କରିଥିଲେ । ବୈଠକରେ ବାଙ୍କୀ ବିଧାୟକ ଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରିପାଠୀ, ଚୌଦ୍ୱାର କଟକ ବିଧାୟକ ଶ୍ରୀଯୁକ୍ତ ସୌଭିକ ବିଶ୍ୱାଳ, କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ନିଆଳି ବିଧାୟକ ଶ୍ରୀଯୁକ୍ତ ଛବି ମଲ୍ଲିକ, ବଡମ୍ବା ବିଧାୟକ ଶ୍ରୀଯୁକ୍ତ ବିଜୟ କୁମାର ଦଳବେହେରା, ମାହାଙ୍ଗା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ପ୍ରଧାନଙ୍କ ସମେତ କଟକ ସଦର, ଆଠଗଡ ଓ ବାଙ୍କୀ ଉପଜିଲ୍ଳାପାଳ ଏବଂ ସମସ୍ତ ତହସିଲଦାର ଏବଂ ସମସ୍ତ ଡେପୁଟୀ କଲେକ୍ଟର ଓ ଜିଲ୍ଳାର ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ । ରାଜସ୍ୱ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ଏହି ସମୀକ୍ଷା ସମୟରେ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶିବ ଟପୋ ଧନ୍ୟବାଦ ଅର୍ପଣ କରିଥିଲେ ।
୬୦ ଫୁଟ ପାଣି ଟାଙ୍କି ଉପରୁ ଉଦ୍ଧାର ହେଲା ଷଣ୍ଢ ।
ତିହିଡି,(ଉତ୍କଳ ନ୍ୟୁଜ),୨୯.୦୮.୨୦୨୫ : ୬୦ ଫୁଟ ପାଣି ଟାଙ୍କି ଉପରକୁ ଉଠି ପ୍ରଶାସନକୁ ନାକେଦମ କରିଥିଲା ଷଣ୍ଢ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସୟା ପଞ୍ଚାୟତ ଅଧିନ ତଳବନ୍ଧ ଗାଁରେ ଏମିତି ଘଟଣା ଦେଖିବା ପାଇଁ ମିଳିଛି । ଆଜି ଦିନ ସମୟରେ ପାଣି ଟାଙ୍କୀର ପାହାଚ ଦେଇ ଷଣ୍ଢଟି ଉପରକୁ ଉଠି ଯାଇଥିଲା । ଯାହାକୁ ଦେଖି ଗ୍ରାମବାସୀ ମାନେ ପ୍ରଶାସନକୁ ଖବର ଦେଇଥିଲେ । ୬୦ ଫୁଟ ପାଣି ଟାଙ୍କୀ ଉପରକୁ ଚଢ଼ିଥିବା ଷଣ୍ଢକୁ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ , ତିହିଡି ପ୍ରାଣୀ ସମ୍ପଦ ଅଧିକାରୀ ଉପସ୍ଥିତ ରହିଥିଲେ । ସୂର୍ଯ୍ୟାସ୍ତ ପରେ ଷଣ୍ଢକୁ ଦଉଡିରେ ବାନ୍ଧି ଉପରୁ ତଳକୁ ଅଣାଯାଇଥିବା ପଶୁ ଚିକିତ୍ସକ କହିଛନ୍ତି ।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।