ବେଆଇନ ମାଟି ଚାଲାଣ ବେଳେ ମାଡି ବସିଲା ଟାଙ୍ଗି ପୋଲିସ |

120

କଟକ (ଉତ୍କଳ ନ୍ୟୁଜ ) ୨୩-୦୫-୨୦୨୫ : ବେଆଇନ ମାଟି ଚାଲାଣ ବେଳେ ମାଡି ବସିଲା ଟାଙ୍ଗି ପୋଲିସ | ଟାଙ୍ଗି ଥାନା ଆଇଆଇସି ଶିବ ପ୍ରସାଦ ଭଦ୍ର ଙ୍କ ନିର୍ଦେଶ କ୍ରମେ ଏସଆଇ ହେମନ୍ତ ସାମଲ ନେତୃତ୍ୱ ର ଏକ ଟିମ ରାତ୍ରି ପେଟ୍ରୋଲିଙ୍ଗ କରୁଥିବା ବେଳେ ଓସିଏଲ ରୋଡ଼ ବଡ଼ ପୋଖରୀ ବୁଢ଼ୀ ଠାକୁରାଣୀ ପାଖ ରେ ବେଆଇନ ମାଟି ଚାଲାଣ ଚାଲିଥିବା ସମୟରେ ସେଠାରେ ଚଢ଼ାଉ କରି , ଘଟଣା ସ୍ଥଳ ରୁ ଗୋଟିଏ ଜେସିବି , ୩ ଟି ଟ୍ରାକ୍ଟର ସହ ଜଣ ଡ୍ରାଇଭର କୁ ଅଟକ ରଖିଛି ପୋଲିସ | ତେବେ ଟାଙ୍ଗି ପୋଲିସ ପକ୍ଷ ରୁ କେଶ ନମ୍ବର ୧୪୬/୨୦୨୫ ରୁଜୁ କରାଯାଇ ଘଟଣା ର ଅଧିକ ତଦନ୍ତ ଚଳାଇଛି |