ବାଡି ଢେଙ୍ଗାରେ ସରିଲା କୋହ୍ଲ ଏଗାର ସଭା ବଡଦାଣ୍ଡ ମେଳନ, ଦେଖଣାହାରୀ ସାଜିଲା ପୋଲିସ |

84

କଟକ ( ଉତ୍କଳ ନ୍ୟୁଜ ) ୦୬-୦୩-୨୦୨୬ : ପୋଲିସ ସାଜିଲା ଦେଖଣାହାରୀ, ବାଡି ଢେଙ୍ଗାରେ ସରିଲା କୋହ୍ଲ ଏଗାର ସଭା ବଡଦାଣ୍ଡ ମେଳନ । ଏକଥା ଆମେ କହୁନୁ ସଂପ୍ରତି ଦାଣ୍ଡରେ ପଡି ହାଟରେ ଗଡୁଛି । ତିନି ଶହ ବର୍ଷରୁ ଉର୍ଦ୍ଧ ହେବ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୋହ୍ଲ ଏଗାର ସଭା ମେଳନ । ଜମିଦାର ଅମଳରୁ ବଡ ଦାଣ୍ଡରେ ମେଳନ ଅନୁଷ୍ଠିତ ହୋଇ ଆସୁଥିବାରୁ ଏହାକୁ ବଡଦାଣ୍ଡ ମେଳନ ବୋଲି କୁହାଯାଏ । ଏହି ମେଳନରେ ସନ୍ଥପୁରା ଠାରୁ ବିଭୁତିପୁର ଏବଂ ବାରସର ପଞ୍ଚାୟତ ଚକରାସାହିରୁ ଠାକୁର ବିମାନ ଗୁଡିକ ଆସିଥାନ୍ତି । ଏହି ମେଳନରେ ଆବାଳ-ବୃଦ୍ଧ-ବନିତା ଯୋଗ ଦେଇଥାନ୍ତି । ଗୁରୁବାର ପାରମ୍ପରିକ ବାଜା ରୋଷଣୀ ସହ ଶିବ ତାଣ୍ଡବ ନୃତ୍ୟ, ଘଣ୍ଟ ବାଜା ଓ ମହିଳା କଳସ ଶୋଭାଯାତ୍ରାରେ ବାହାରିଥିଲା ଆରୁହା ଦୋଳଗୋବିନ୍ଦ ଜୀଉ ବିମାନ । ଯାହାକୁ ଦେଖିବା ଲାଗି ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଥିଲା । ତେବେ ବଡଦାଣ୍ଡ ନିକଟ ହେବା ବେଳକୁ କୌଣସି କାରଣ ନଥାଇ ଅନ୍ୟ ଏକ ଠାକୁର ବାଡିଆର କେତେକ ଉତ୍‌ଶୃଙ୍ଖଳିତ ଯୁବକମାନଙ୍କ ଅତର୍କିତ ଆକ୍ରମଣର ପ୍ରଥମେ ଜଣେ ଶିକାର ହୋଇଥିଲେ । ଆରୁହା ଗ୍ରାମବାସୀ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ପକ୍ଷ ଅନ୍ୟମାନଙ୍କର ସହଯୋଗରେ ୬ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ବାଡି ଠେଙ୍ଗାରେ ପିଟି ଚାଲିଥିଲେ । ପୋଲିର ପଇଁତରା ଧର୍ମକୁ ଆଖିଠାର ସାଜିଥିଲା ଏବଂ ପୋଲିସ ଶେଷରେ ଦେଖଣାହାରି ସାଜିଥିବା ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି ।

ତେବେ ମେଳନ କମିଟି ହସ୍ତକ୍ଷେପ କରିବା ବେଳକୁ ଗଣ୍ଡଗୋଳ ସରି ଯାଇଥିଲା ଏବଂ ପୀଡିତମାନଙ୍କୁ ତିହିଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇଜଣ ଯୁବକ ଗୁରୁତର ହୋଇଥିବା ସୂଚନା ମିଳିଛି । ଘଟଣାକୁ ନେଇ ଆରୁହା ଦୋଳଗୋବିନ୍ଦ ଜୀଉ ବିମାନ ମେଳନରେ ଭୋଗ ନପାଇ ଫେରିବାକୁ ବାଧ୍ୟ ହୋଇଥିଲା । ସଂଧ୍ୟାରେ ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରି କ୍ଷେତ୍ରୀୟ ତଦନ୍ତ କରିବା ସହିତ ସିସିଟିଭି କ୍ୟାମେରାରୁ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରାଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଏହି ଘଟଣାକୁ ନେଇ ଗାଁ ମଧ୍ୟରେ ମୃଦ୍ୟୁ ଉତ୍ତେଜନା ଜାରି ରହିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |