ଯୁକ୍ତ ୨ ରେ ୮୨.୭୭% ପାସ ହାର ବୃଦ୍ଧି |

74

କଟକ (ଉତ୍କଳ ନ୍ୟୁଜ) ୨୨.୫.୨୦୨୫ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସିଇ) ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡିକର ଯୁକ୍ତ ୨ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି |କଳା,ବାଣିଜ୍ୟ ,ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ଫଳ ଗୋଟିଏ ସମୟରେ ବାହାରିଛି ଏବଂ ପାସ ହାର ୮୨.୭୭% ହୋଇଛି | ୪ଟି ଯାକ ବିଭାଗକୁ ମିଶାଇ ମୋଟ ୩ ଲକ୍ଷ ୮୨ହଜାର ୭୨୯ଜଣ ପରୀକ୍ଷା ଦେଇଥିବା ବେଳେ ୩ଲକ୍ଷ ୧୬ହଜାର ୭୮୭ଜଣ ପାସ କରିଛନ୍ତି | ୧ଲକ୍ଷ ୪୨ହଜାର ୫୧୨ଜଣ ଛାତ୍ର ଓ ୧ଲକ୍ଷ ୭୪ହଜାର ୨୫୧ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି |ବିଜ୍ଞାନରେ ୮୭.୫୦%, ବାଣିଜ୍ୟରେ ୮୩.୨୦% ଏବଂ କାଳରେ ୮୦.୫୧ % ପାସ ହାର ବୃଦ୍ଧି ପାଇଛି |କୃତକାର୍ଯ୍ୟ ହୋଇଥିବା ବିଦ୍ୟାର୍ଥୀଙ୍କୁ ମନ୍ତ୍ରୀ ଶ୍ରୀ ନିତ୍ୟନନ୍ଦ ଗଣ୍ଡ ଶୁଭେଚ୍ଛା ଜଣାଇବା ସହ ପରୀକ୍ଷାର ଉପଯୁକ୍ତ ପରିଚାଳନା ଓ ଠିକ ସମୟରେ ଫଳ ପ୍ରକାଶ ନିମନ୍ତେ ପରିଷଦ କର୍ମକର୍ତ୍ତା ଓ କର୍ମଚାରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି |