ଭାଇଚାରାର ସମ୍ପର୍କ ବଜାୟ ରଖିଛି ଫତେପୁର ପଞ୍ଚଦୋଳ |

52

କଟକ (ଉତ୍କଳ ନ୍ୟୁଜ ) ୨୨-୦୩-୨୦୨୫ : ଭାଇଚାରାର ସମ୍ପର୍କ ବଜାୟ ରଖିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକଧିନ ଫତେପୁର ପଞ୍ଚଦୋଳ । ମେଳନ ପରେ ୫ଦିନ ବ୍ୟାପୀ ଗାଁରେ ଏକ ଆଧ୍ୟାତ୍ମିକ ପରିସର ସୃଷ୍ଟି ହୋଇଥାଏ । କାହାରି ଘରେ ରୋଷେଇ ହୁଏନାହିଁ ସମସ୍ତେ ଏହି ପଞ୍ଚଦୋଳରେ ପ୍ରସାଦ ସେବନ କରିଥାନ୍ତି । ପୁରୁଣା ପରମ୍ପରା ଢିଙ୍କିରେ ଧାନକୂଟା ହୋଇଥାଏ ଏବଂ ଗୁଆ ଘିଏ ଛୁଁଙ୍କରେ ତରକାରୀ ପ୍ରସ୍ତୁତ ହୋଇଥାଏ । ପ୍ରସାଦ ପ୍ରଦାନ କରିବା ଲାଗି ନିଷ୍ପତିକ୍ରମେ ପ୍ରତିବର୍ଷ ୫ ଜଣ ଗ୍ରାମବାସୀ ସମସ୍ତ ଖର୍ଚ୍ଚ ବହନ କରୁଥିବା ଯୁବଗୋଷ୍ଠି ପକ୍ଷରୁ ସାଜସଜ୍ଜାର ଖର୍ଚ୍ଚ ବହନ କରାଯାଇଥାଏ । ଗ୍ରାମବାସୀ ସମେତ ଆଖପାଖ ଗାଁର ହଜାର ହଜାର ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥାନ୍ତି । ପରମ୍ପରାମତେ ଏହି ପଞ୍ଚଦୋଳରେ ଗୋପିନାଥ ଜୀୟ, ଗିରିଧାରୀନାଥ ଜୀଉ ଓ ରାଧାଗୋବିନ୍ଦ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥାନ୍ତି । ଶ୍ରୀ ଗୋପୀନାଥ ଜୀଉ ଫତେପୁର ଗ୍ରାମରେ ରହିଥାନ୍ତି । ଶ୍ରୀ ଗିରିଧାରୀ ଜୀଉଙ୍କୁ ବିଭୂତିପୁର ଦାଶସାହିରୁ ଓ ଗୋଳାପାଖରୀରୁ ଶ୍ରୀରାଧାବଲ୍ଲଭ ଜୀଉଙ୍କୁ ଶୋଭାଯାତ୍ରାରେ ଦୋଳ ମଣ୍ଡପକୁ ନିଆଯାଇଥାଏ । ସେଠାରେ ଠାକୁରଙ୍କୁ ବିଜେ କରାଯାଇ ନୂଆପାଞ୍ଜି ପାଠ କରାଯାଇଥାଏ । ପରେ ଠାକୁରଙ୍କୁ ଶୋଭାଯାତ୍ରାରେ ବଡ଼ଦାଣ୍ଡକୁ ନିଆଯାଇଥାଏ । ଶେଷରେ ଯଜ୍ଞର ପୂର୍ଣ୍ଣାହୂତି କରାଯାଇ ପଞ୍ଚଦୋଳ ଉଦ୍‌ଯାପିତ କରାଯାଇଥାଏ । ଏହି ପଞ୍ଚଦୋଳରେ ନେତାଜୀ ନାୟକ, ନିଗମାନନ୍ଦ ନାୟକ, ପ୍ରଶାନ୍ତ ନାୟକ, ନରେନ୍ଦ୍ର ନାୟକ, ରତିକାନ୍ତ ନାୟକ, ଶରତ ନାୟକ, ମନୋରଞ୍ଜନ ନାୟକ, ଛନ୍ଦାଚରଣ ନାୟକ, ଅମୁଲ୍ୟ ନାୟକ, ନିରଞ୍ଜନ ନାୟକ, ବିଜୟ ନାୟକ, ପ୍ରକାଶ ନାୟକ, କାର୍ତ୍ତିକ ଭୋଇ, ଅଚ୍ୟୁତାନନ୍ଦ ନାୟକ, ସୁରେନ୍ଦ୍ର ବେହେରା ପ୍ରମୁଖ ଗ୍ରାମାବାସୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |