ସିନ୍ଦୋଳ ମଲ୍ଲିକସାହିରେ ମା ଜାଡିଠାକୁରାଣୀଙ୍କ ବାର୍ଷିକ ଉତ୍ସବ |

74

କଟକ ( ଉତ୍କଳ ନ୍ୟୁଜ ) ୨୧-୦୪-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ମଲ୍ଲିକସାହିରେ ମା ଜାଡିଠାକୁରାଣୀଙ୍କ ବାର୍ଷିକ ଉତ୍ସବ ସହିତ ହନୁମାନ ପୂଜା ପାଳିତ ହୋଇ ଯାଇଛି । ଦୁଇଦିନ ଧରି ଉକ୍ତ କାର୍ଯ୍ୟକ୍ରମରେ ଗାଁରେ ଭକ୍ତପୂତଃ ପରିବେଶ ସୃଷ୍ଟି ହୋଇଥିଲା । ଚଣ୍ଡିପାଠ, ମହାଯଜ୍ଞ ଓ ନାମଯଜ୍ଞ ଆଦି କାର୍ଯ୍ୟକ୍ରମରେ କର୍ତ୍ତାଭାବେ ଚକ୍ରଧର ନାୟକ, ଆଲୋକ ମଲ୍ଲିକ ଓ ଉପେନ୍ଦ୍ର ନାୟକ ଏବଂ ପୂଜକ କିଶୋର କୁମାର ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ବେଦପଣ୍ଡିତ ଦାୟିତ୍ୱ ନିର୍ବାହ କରିଥିଲେ । ସୋମବାର ଗୋଧୂଳିବେଳାରେ ମହାଯଜ୍ଞର ପୂର୍ଣ୍ଣାହୂତି ହୋଇଥିଲା ଯାହାକୁ ଦର୍ଶନ କରିବା ଲାଗି ଶହସ୍ରାଧିକ ଭକ୍ତ ଓ ଗ୍ରାମବାସୀଙ୍କ ସମାଗମ ହୋଇଥିଲା । ସଂଧ୍ୟାରେ ୩୦ରୁ ଉର୍ଦ୍ଧ ପ୍ରତିଯୋଗି ନୃତ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ବିଚାରକଭାବେ ଶିକ୍ଷକ ଜୟନ୍ତ କୁମାର ମହାନ୍ତି, ସୁବାଶ ଚନ୍ଦ୍ର ଦାସ, ଲଲାଟେନ୍ଦୁ ମହାପାତ୍ର, ପ୍ରାଣକୃଷ୍ଣ ରାଉଳ, ମୁକୁନ୍ଦଦେବ ନାୟକ, ଆଶୁତୋଷ କରଣ, ଅନିରୁଦ୍ଧ ବାରିକ ଓ ସରୋଜ ନାୟକ ପ୍ରମୁଖ ଯୋଗଦେଇ ପ୍ରଥମ, ଦ୍ୱୀତିୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିବା ପ୍ରତିଯୋଗିଙ୍କୁ ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରିବା ସହିତ ସମସ୍ତ ପ୍ରତିଯୋଗିମାନଙ୍କୁ ସାନ୍ତନ୍ୱା ମୂଳକ ପୁରଷ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଭକ୍ତମାନେ ପ୍ରସାଦ ସେବନ କରିଥିଲେ ।

ଗ୍ରାମର ପୁରୋଧା ଅବସରପ୍ରାପ୍ତ ଶିକ୍ଷାବିତ୍ ସୁରେନ୍ଦ୍ର କୁମାର ନାୟକ, ଅବସରପ୍ରାପ୍ତ ସେନା କର୍ମଚାରୀ ବଳରାମ ମଲ୍ଲିକ, ଦାମୋଦର ସେନାପତି, ଗୋଲକ ମଲ୍ଲିକ, ବାଙ୍କବିହାରୀ ମଲ୍ଲିକ, ନାରାୟଣ ଚନ୍ଦ୍ର ନାୟକ, ଅଶୋକ ନାୟକ, ମନୋଜ ସେନାପତି, ଦୈତାରୀ ନାୟକ, ରବିନ୍ଦ୍ର ସେନାପତି, ପ୍ରଭାତ ମଲ୍ଲିକ, ବୈକୁଣ୍ଠ ନାୟକ, ମୀନକେତନ ସେନାପତି, ପୂର୍ଣ୍ଣଚନ୍ଦ୍ର ନାୟକ, ମାନସ ସେନାପତି, ଶିବପ୍ରସାଦ ନାୟକ, ବିରେନ୍ଦ୍ର ନାୟକ, ଶିବ ନାୟକ, ସଞ୍ଜିବ ନାୟକ, ସଂଗ୍ରାମ ନାୟକ, ମୃତ୍ୟୁଞ୍ଜୟ ମଲ୍ଲିକ, ଆଶିଶ ଦାସ, ଅମିତ ଦାସ, ଧନଞ୍ଜୟ ନାୟକ, ଅଜୟ ସେନାପତି ଓ ଗୌରହରି ଦାସ ଓ ଗ୍ରାମବାସୀ ପ୍ରମୁଖ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆମନ୍ତ୍ରିତ ଅତିଥିଭାବେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ସରପଞ୍ଚ ସୁପ୍ରଭା ପାଣି ଓ ପୂର୍ବତନ ସରପଞ୍ଚ ବୈକୁଣ୍ଠନାଥ ପାଣିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |