ଫେବୃଆରୀ ୫ରୁ ବାରବାଟୀ ଶିଶିର ମେଳା |

44

କଟକ (ଉତ୍କଳ ନ୍ୟୁଜ ) ୩୦-୦୧-୨୦୨୬ : ବାରବାଟୀ ଶିଶିର ମେଳା ଆଗାମୀ ଫେବୃଆରୀ ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଚଳିତ ଥର ଏହା ଚତୁର୍ଥ ବର୍ଷରେ ପଦାର୍ପଣ କରିବ। ଚାଲିଯାତ୍ରା ଉପର ପତିଆରେ ଏହି ଜାତୀୟ ସ୍ତରର ମେଳା ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବାରବାଟୀ ଶିଶିର ମେଳାରେ ଚଳିତ ଥର ଇତ୍କଳିକା ପକ୍ଷରୁ ଗାନ୍ଧୀ ଶିଳ୍ପ ବଜାର ଆୟୋଜିତ ହେଉଛି। ଏଥିରେ ଦେଶର ବିଭିନ୍ନ ଭାଗରୁ ଆର୍ଟିସାନ୍‌ମାନେ ଅଂଶଗ୍ରହଣ କରିବେ । ଏତଦ୍‍ବ୍ୟତୀତ ପ୍ରାୟ ୨୨ଟି ରାଜ୍ୟରୁ ଜାରିଗର, ବ୍ୟବସାୟୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଓଡ଼ିଶାରୁ ସ୍ୱୟଂ ସହାୟକ ଗୋଷ୍ଠୀର ଷ୍ଟଲଗୁଡିକ ମଧ୍ୟ ଶିଶିର ମେଳାରେ ଖୋଲିବ। ପ୍ରତିବର୍ଷ ଭଳି ଶିଶିର ମେଳାରେ ଅଟୋ ମୋଚାଇଲ ନିମନ୍ତେ ସ୍ବତନ୍ତେ ବିଭାଗ ରହିଛି। ମେଳା ବୁଲିଚାକୁ ଆସୁଥିବା ଜନସାଧାରଣ ନିଜ ପସନ୍ଦର ଦୁଇ ଚକିଆ, ଚାରିଚକିଆ ଗାତି ଏଠାରେ ବ୍ଲକ କରି ଆକର୍ଷଣୀୟ ଅଫର, ସୁଯୋଗ ଭାରତ ମସଲା ଶିଶିର ମେଳାର ସୁଖ୍ୟ ପ୍ରାୟୋଚକ ଭାବରେ ଅଂଶଗ୍ରହଣ କରୁଛି। ମେଳା ପରିସରରେ ଖୋଲୁଥିବା ଭାରତ ମସଲା ଷ୍ଟଲରେ ଆକର୍ଷଣୀୟ ଅଫର ରହିଛି । ଶିଶିର ମେଳାରେ ସ୍ବତନ୍ତ୍ର ଭାବରେ ଫୁଡ୍ କୋର୍ଟ ରହିଛି । ପ୍ରତିଷ୍ଠିତ ଫୁଡ୍‌ ୱଲଗୁଡିକରେ ଜନସାଧାରଣ ଇଣ୍ଡିଆନ, ଚାଇନିଜ, ଥାଇ, କଣ୍ଟିନେଣ୍ଟାଲ, ଫାଷ୍ଟଫୁଡ ଆଦିର ମଜା ନେଇପାରିବେ। ପିଲାଙ୍କ ମନୋରଞ୍ଜନ ନିମନ୍ତେ ବୋଳି, ବମ୍ପିଙ୍ଗ, ମିଳି ମାଇସ ଆଦି ସହିତ ମହିଳାଙ୍କ ପାଇଁ ମୀନାବଜାର ମଧ୍ୟ ରହୁଛି । ଏହି ମେଳାରେ ସମସ୍ତ ପରକରଣା ସାମଗ୍ରୀ ଠାରୁ ନେଇ ସୋଫା ସେଟ, ଗ୍ରଜରୀ, ହୋମ ଫର୍କଶି, ପୁରୁଷ ଓ ମହିଳାଙ୍କ ପୋଷାକ, ଜୋତା ଚପଲ ଆଦିର ସ୍ବତନ୍ତ୍ର ଏଲ୍ ସ୍ନାନ ପାଇବା ପ୍ରତିବର୍ଷ ଭଳି ଶିଶିର ମେଳା ଅବସରରେ ସ୍କୁଲ ପିଲାଙ୍କ ପାଇଁ ଡ୍ରଇଂ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ। ଚଳିତ ଥର କଲେଜ ପିଲାମାନଙ୍କୁ ଏହି ପ୍ରତିଯୋଗିତାରେ ଭାଗନେବାକୁ ସୁଯୋଗ ଦିଆଯିବ। ଫେବୃଆରୀ ୮, ୧୨ ଓ ୧୩ ତାରିଖରେ ଡ୍ରଇଂ ପ୍ରତିଯୋଗିତା ଅନୁଷ୍ଠିତ କରିବାକୁ ସ୍ଥିର କରାଯାଇଛି। ଚଳିତ ଥର ଶିଶିର ମେଳାର ଅନ୍ୟତମ ମୂଖ୍ୟ ଆକର୍ଷଣ ହେବ ଜଲ୍ ପରୀ। ଗତ ବାଲିଯାତ୍ରାରେ ପ୍ରଥମ କରି ଆସିଥିବା ଜିଲ୍ ପରୀକୁ ଜନସାଧାରଣ ବାରବାଟୀ ଶିଶିର ମେଳାରେ ଉପଭୋଗ କରିପାରିବେ।