କଟକ କଲେକ୍ଟରେଟ କର୍ମଚାରୀ ଷ୍ଟାଫ କମିଟିର ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି |

8

କଟକ ( ଉତ୍କଳ ନ୍ୟୁଜ )୦୧-୦୫-୨୦୨୬ : ପୂର୍ବ ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି କଟକ କଲେକ୍ଟରେଟ କର୍ମଚାରୀ ଷ୍ଟାଫ କମିଟିର ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଅଛି | ଏଥିରେ ସଭାପତି ଭାବରେ ଶ୍ରୀ ନରେଶ ଚନ୍ଦ୍ର ମହାପାତ୍ର, ଉପ ସଭାପତି ପଦରେ ଶ୍ରୀ ଅଜୟ କୁମାର ମୁଦୁଲି,ସାଧାରଣ ସମ୍ପାଦକ ପଦରେ ଶ୍ରୀ ସୁବ୍ରତ କୁମାର ସାହୁ, ସମ୍ପାଦକ (ସଂଗଠନ ) ପଦରେ ଶ୍ରୀ ସଞ୍ଜୟ କୁମାର ସାହୁ, ସମ୍ପାଦକ (ଅର୍ଥ ) ପଦରେ ଶ୍ରୀ ମଙ୍ଗଲଦୀପ ବୋଷ, ସମ୍ପାଦକ (ସାଂସ୍କୃତିକ )ପଦରେ ଶ୍ରୀ ଅମ୍ବିକା ପ୍ରସାଦ ସାମନ୍ତରାୟ, ସମ୍ପାଦକ (କ୍ରୀଡା ) ପଦରେ ଶ୍ରୀ କମଳ ଲୋଚନ ବେହେରା, ସମ୍ପାଦକ (କ୍ଷେତ୍ରକର୍ମଚାରୀ ) ପଦରେ ଶ୍ରୀ ନିଖିଲେଶ ପ୍ରଧାନ,ସମ୍ପାଦକ (ଚତୁର୍ଥ ଶ୍ରେଣୀ )ପଦରେ ଅଧିକାରୀ ନିରଞ୍ଜନ ଦାସ ବିଜୟୀ ହୋଇଛନ୍ତି | ପ୍ରକାଶ ଥାଉକି ଷ୍ଟାଫ କମିଟିର କାର୍ଯକାଳ ବିଗତ ୨୦୨୫ ମସିହା ଏପ୍ରିଲ ମାସଠାରୁ ଶେଷ ହୋଇ ସାରିଥିଲା | ଆସନ୍ତା ସୋମବାର ଦିନ ଅପରାହ୍ନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଜିଲ୍ଲା କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ |ସଭାପତି ଶ୍ରୀ ମହାପାତ୍ର ଏହି ନିର୍ବାଚନକୁ ସଫଳତାର ସହିତ ପରିଚାଳନା କରିଥିବା ନିର୍ବାଚନ କମିଟିକୁ ଧନ୍ୟବାଦ ଦେବା ସହିତ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନଙ୍କୁ ସେମାନଙ୍କର ସହଯୋଗ ପାଇଁ ନୂତନ ଷ୍ଟାଫ କମିଟି ତରଫରୁ ଧନ୍ୟବାଦ ପ୍ରଦାନ କରିଛନ୍ତି | ସର୍ବୋପରି ଏହି ନିର୍ବାଚନ ପାଇଁ ଅନୁମତି ପ୍ରଦାନ କରିଥିବାରୁ ସେ ସମସ୍ତ କର୍ମଚାରୀ ମାନଙ୍କ ତରଫରୁ ଜିଲ୍ଲାପାଳଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି | ଆଗାମୀ ଦିନରେ ନୂତନ ଷ୍ଟାଫ କମିଟି ସମସ୍ତ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟାକୁ ଉପରିସ୍ଥ ଅଧିକାରୀ ମାନଙ୍କର ଦୃଷ୍ଟିକୁ ଆଣି ଏହାର ସମାଧାନ ପାଇଁ କାର୍ଯ୍ୟ କରିବା ସହିତ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଓଡ଼ିଶାରେ ସର୍ବୋଚ୍ଚ ସ୍ଥାନରେ ପହଂଚାଇବା ପାଇଁ ପ୍ରୟାସ କରିବା ଉପରେ ଗୁରୁତ୍ୱ ଦେବ ବୋଲି ସେ ପ୍ରକାଶ କରିଥିଲେ |