କଟକ ( ଉତ୍କଳ ନ୍ୟୁଜ ) ୦୨-୦୫-୨୦୨୬: ପ୍ରକାଶ ପାଇଲା ଚଳିତବର୍ଷ ମାଟ୍ରିକ ରେଜଲ୍ଟ। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମ୍ୟାଟ୍ରିକ ପରୀକ୍ଷା ଫଳକୁ ପ୍ରକାଶ କରିଥିଲେ। ଚଳିତବର୍ଷ ପରୀକ୍ଷାରେ ପାସ ହାର ରହିଛି ୯୫ .୩୩ ପ୍ରତିଶତ। ମୋଟ ୫ ଲକ୍ଷ ୩୬ ହଜାର ୩୦୬ ଜଣ ପରୀକ୍ଷା ଦେଇଥିବା ବେଳେ ୫ ଲକ୍ଷ ୧୯ ହଜାର ୨୫୧ ଜଣ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଛନ୍ତି। ୩ ହଜାର ୩୧୦ ଟି ସ୍କୁଲରେ ୧୦୦ ପ୍ରତିଶତ ଫଳ କରିଛନ୍ତି। ସେହିପରି ଗଜପତି ଜିଲ୍ଲା ସର୍ବାଧିକ ଥିବା ବେଳେ ୯୯ .୩୧ ପ୍ରତିଶତ ପାସ କରିଛନ୍ତି। ସେହିପରି ସର୍ବନିମ୍ନ କେନ୍ଦୁଝର ଜିଲ୍ଲା ୯୪ .୩୫ ପ୍ରତିଶତ ପାସ କରିଛନ୍ତି। ଉଭୟ HSC ,ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପାଇଁ ର ଛାତ୍ରଛାତ୍ରୀ ଙ୍କର ଫଳ ପ୍ରକାଶ ପାଇଛି। ସନ୍ଧ୍ୟା 6 ଟାରେ ବୋର୍ଡ ୱେବ ସାଇଟ ଉପଲବ୍ଧ ହେବ।www.bseodisha.ac.in ରେ ଛାତ୍ରୀଛାତ୍ର ଦେଖି ହେବ ରେଜଲ୍ଟ।ନିଜର ମୋବାଇଲ ରୁ ମଧ୍ୟ ରେଜଲ୍ଟ ଜାଣି ମଧ୍ୟ ପାରିବେ । OR10 space ନିଜର ରୋଲ ନମ୍ବର କୁ ଟାଇପ କରି 5676750 କୁ ମେସେଜ କଲେ ରେଜଲ୍ଟ ଆସିବ।ସ୍କୁଲ ପ୍ରଧାନ ଶିକ୍ଷକ ମାନେ ନିଜର ୟୁଜର ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି ରେଜଲ୍ଟ ମଧ୍ୟ ଜାଣି ପାରିବେ।ରେଜଲ୍ଟ ବାହାରିବା ଦିନ ସାର୍ଟିଫିକେଟ ପାଇପାରିବେ ଛାତ୍ରଛାତ୍ରୀ।ଏଥିପାଇଁ ଅନ ଲାଇନ ରେ ଏବଂ whatsapp ମାଧ୍ୟମରେ ଜାଣିହେବ।ନିଜର whatsapp re 7710058192 କୁ ସେଭ କରନ୍ତୁ।ପରେ ଉକ୍ତ ନମ୍ବର ରୁ BSE ଟାଇପ କରନ୍ତୁ।ଏବଂ ପରବର୍ତ୍ତୀ ସମୟରେ ଏହି ପଦ୍ଧତି ଦ୍ୱାରା ସାର୍ଟିଫିକେଟ ପାଇପାରିବେ।ସେହିପରି ରିଚେକିଂ ପାଇଁ ବୋର୍ଡ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରିବ ।କୌଣସି ଛାତ୍ର ଛାତ୍ରୀ ଙ୍କର ଯଦି କୌଣସି ସମସ୍ୟା ଥାଏ ତେବେ ବୋର୍ଡ କାର୍ଯ୍ୟାଳୟ ରେ ଥିବା ଟୋଲ ଫି ନମ୍ବର କୁ ଯୋଗାଯୋଗ କରିପାରିବେ। ରେଜେଲଟ ପୁସ୍ତିକା ମଧ୍ୟ ଉନ୍ମୋଚନ କରିଥିଲେ ମନ୍ତ୍ରୀ। ଦୁଇଟି ନମ୍ବର ବୋର୍ଡ ପକ୍ଷରୁ ଜାରି କରାଯିବ ।ଏହି ନମ୍ବର ରେ ଯୋଗାଯୋଗ କରି ଛାତ୍ର ଛାତ୍ରୀ ମାନେ ଯେପରି ନିଜର ସମସ୍ୟା ସମ୍ପର୍କରେ ଜାଣି ପାରିବେ ସେନେଇ ବୋର୍ଡ ପ୍ରସ୍ତୁତ ରହିଥିବା ସଭାପତି ଶ୍ରୀକାନ୍ତ ତାରାଇ ସୂଚନା ଦେଇଛନ୍ତି।