କଟକ (ଉତ୍କଳ ନ୍ୟୁଜ ) ୨୧-୦୩-୨୦୨୫ : ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟିବାକୁ ଯାଉଛି । ବାରମ୍ବାର ତାଗିଦ୍ ପରେ ଶେଷରେ ପ୍ରଶାସନ ପକ୍ଷରୁ କଡ୍ଡା ନୋଟିସ ଦିଆଯାଇଛି । ଶନିବାର ଜବର ଦଖଲ ପ୍ରକ୍ରିୟା ଆରମ୍ଭ ହେବ ବୋଲି ତହସିଲଦାରଙ୍କ ଠାରୁ ସୂଚନା ମିଳିଛି । ଉପଜିଲାପାଳଙ୍କ ନିର୍ଦେଶ କ୍ରମେ ପ୍ରାଥମିକ ପର୍ଯ୍ୟାୟରେ ୧୨୩ ଜଣ ଜବର ଦଖଲକାରୀଙ୍କ ନାମରେ ନୋଟିସ କାନ୍ଥରେ ଲଟକା ଯାଇଛି । ଏଥିସହ ସେହି ମାପରେ ଅନ୍ୟାମାନଙ୍କର ମଧ୍ୟ ଭଙ୍ଗା ହେବ ବୋଲି ଜଣାଯାଇଛି । ସୂଚନା ଥାଉକି, ତିହିଡ଼ି ବଜାରରେ ଅସମ୍ଭବ ଟ୍ରାଫିକ ସମସ୍ୟା ଯୋଗୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ । ତେବେ ଏ ନେଇ ବୁଦ୍ଧିିଜୀବୀ ମହଲରେ ଅସନ୍ତୋଷ ଦେଖା ଦେଉଥିଲା । ସେହିପରି ତିହିଡ଼ି ବଜାରରେ ଜଳ ନିଷ୍କାସନ ପାଇଁ ଡ୍ରେନ୍(ଜଳ ନିଷ୍କାସନ) ନଥିବାରୁ ବଜାରରେ ଜଳ ମଧ୍ୟ ଜମି ରହୁଛି । ଡ୍ରେନ୍ ପାଇଁ ଅର୍ଥ ମଞ୍ଜୁର ହୋଇଥିବା ବେଳେ ଜାଗା ଖାଲି କରାଯିବାର ମଧ୍ୟ ଆବଶ୍ୟକତା ରହିଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |